କପିଲ ଏବଂ ସୁନୀଲଙ୍କ ଲଢେଇରେ ସୁଲତାନଙ୍କ ହସ୍ତକ୍ଷେପ ! କପିଲଙ୍କୁ ଦେଲେ ପରାମର୍ଶ

25

କପିଲ ଶର୍ମା ଏବଂ ସୁନୀଲ ଗ୍ରୋବରଙ୍କ ମଧ୍ୟରେ ହୋଇଥିବା ଝଗଡା ଏବେ କପିଲଙ୍କ ଲୋକପ୍ରିୟତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଉଭୟଙ୍କ ବିବାଦ ଏତେ ମାତ୍ରାରେ ବଢିଯାଇଛି କି ସୁନୀଲଙ୍କ ସମେତ ଶୋ’ର ବାକି ସଦସ୍ୟ ମଧ୍ୟ ତାଙ୍କ ଶୋ’ଟିକୁ ବାଏ ବାଏ କରିବାକୁ ନିଷ୍ପତି ନେଇ ସାରିଛନ୍ତି । ତେବେ ଏହି ପ୍ରରିପେକ୍ଷୀରେ ବଲିଉଡ ସୁପରଷ୍ଟାର ସଲମାନ ଖାନ କପିଲଙ୍କୁ କିଛି ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ, ସଲମାନଙ୍କ ସହ କପିଲଙ୍କ ସଂପର୍କ ଖୁବ୍ ଭଲ । କାରଣ ସଲମାନ ନିଜ ସିନେମାର ପ୍ରମୋସନ ପାଇଁ ଅଧିକାଂଶ ସମୟରେ କପିଲଙ୍କ ଶୋ’ କୁ ଆସନ୍ତି । ତେବେ ନିକଟରେ ଏକ ସାକ୍ଷାତକାରରେ ସଲମାନ ଏବାବଦରେ କପିଲଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି , ‘ସେ ତାଙ୍କ କ୍ୟାରିୟରର ଏତେ ଶୀର୍ଷରେ ରହିପାରିଛନ୍ତି କି ଯେଉଁଠି ତାଙ୍କ ହଁରେ ହଁ ମିଳାଉଛନ୍ତି ଦୁନିଆର କୋଟି କୋଟି ଜନତା । ମାତ୍ର ଏହାର ସୁଯୋଗ ଉଠାଇବା ଗୋଟେ କଳାକାରକୁ ଶୋଭା ପାଇ ନଥାଏ । ହଁ ବେଳେବେଳେ ଏକଥା ଚିନ୍ତା କରି ହୁଏନି କି ଆପଣ ଯେଉଁ ଦିଗରେ ଯାଉଛନ୍ତି ଆଉ ସେଇଟି ଠିକ୍ ନା ଭୁଲ । ଏଥିପାଇଁ ନିଜ ପରିବାର ଓ ବନ୍ଧୁଙ୍କ ସହଯୋଗ ଦରକାର ପଡିଥାଏ । କାରଣ ଏମାନେ ସବୁବେଳେ ଆଉ ସବୁସମୟରେ ପାଖେ ପାଖେ ଥାଆନ୍ତି ।’

ସଲମାନ ଆଉ ମଧ୍ୟ କହିଥିଲେ ‘ମୁଁ ଏକ ଏଭଳି ବ୍ୟକ୍ତି ଯିଏ କି ପ୍ରତିଟି ଛୋଟ ଛୋଟ କଥାରେ ଖୁସି ହୋଇଯାଏ । କିନ୍ତୁ ଏଥିସହ ବି ମୁଁ ମୋର ପରିବାର ଏବଂ ବନ୍ଧୁଙ୍କ ଇଜ୍ଜତ ମଧ୍ୟ କରିଥାଏ । ଯଦି ମୋ କଥାକୁ କପିଲ ଶର୍ମା ଶୁଣୁଛନ୍ତି ତେବେ ସେ ସଲମାନଙ୍କ ଭଳି ବଡ ଷ୍ଟାରଙ୍କ କଥାକୁ ବୁଝନ୍ତୁ ଏବଂ ତାକୁ ନିଜ ଜୀବନରେ ପ୍ରୟୋଗ ମଧ୍ୟ କରନ୍ତୁ ।’