ବଲିଉଡ ଭାଇଜାନ କିଛିଦିନ ହେଲା ନିଜର ଆଗମୀ ସିନେମା ତଥା ‘ଟାଇଗର ଜିନ୍ଦା ହୈ’ ସୁଟିଂ କାମରେ ଖୁବ୍ ବ୍ୟସ୍ତ ଅଛନ୍ତି ଆଉ ଏହି ଅବସରରେ ସିନେମାର ନିର୍ଦ୍ଦେଶକ ଅଲୀ ଅବାସ ଜଫର ଉଭୟ ସଲମାନ ଏବଂ କ୍ୟାଟରିନାଙ୍କ ଏକ ସୁନ୍ଦର ଫଟୋ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି ।
ଯେଉଁଥିରେ ଭାଇଜାନ୍ ଗୋଟିଏ ସ୍ଥାନରେ ବସି ଆରାମ କରୁଥିବାବେଳେ ପାଖରେ ଠିଆ ହୋଇଥିବା ନାୟିକା କ୍ୟାଟରିନାଙ୍କୁ ଚାହିଁ ରହିଛନ୍ତି ଏବଂ ଏହି ସମୟରେ କ୍ୟାଟରିନା ସୂର୍ଯ୍ୟାସ୍ତ ହେବାର ଫଟୋ ଉଠାଉଥିବା ନଜର ଆସିଛନ୍ତି । ନିର୍ଦ୍ଦେଶକ ଅଲୀ ଅବାସ ଏହି ଫଟୋଟିକୁ ନିଜ ଟୁଇଟର ପେଜରେ ପୋଷ୍ଟ କରି କ୍ୟାପସନ ଦେଇଛନ୍ତି ଯେ, ‘ଟାଇଗର୍ ଜୋୟାକୁ ଚାହିଁ ରହିଛି କାରଣ ଜୋୟା ସନସେଟ୍ କ୍ୟାପଚର କରୁଛି’ । ତେବେ ସିନେମାଟିର ସୁଟିଂ କାମ ବର୍ତ୍ତମାନ ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଏବଂ ଏହାକୁ ଦୃଷ୍ଟିରେ ରଖି ସୁଟିଂ ସେଟରେ ସମସ୍ତ କର୍ମୀ ଏବେ ମଜାମସ୍ତି କରିବାରେ ଲାଗିଛନ୍ତି ।
ଏଠାରେ ଆମେ କହି ରଖୁଛୁ କି, ୨୦୧୨ରେ ପରଦାକୁ ଆସିଥିବା ସିନେମା ‘ଏକ ଥା ଟାଇଗର’ର ଦ୍ୱିତୀୟ ସଂସ୍କରଣ ହେଉଛି ‘ଟାଇଗର ଜିନ୍ଦା ହୈ’ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ ସୁଲତାନ ଏବଂ କ୍ୟାଟରିନାଙ୍କ ଯୋଡିକୁ ଏବେ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକେ । ଅଲି ଅବାସଙ୍କ ନିର୍ଦ୍ଦେଶିତ ଏହି ସିନେମାଟିରେ ରହିଛି ଫୁଲ୍ ଆକ୍ସନର ତଡକା । ଶୁଣିବାକୁ ମିଳିଛି କି, ଏହି ସିନେମାରେ ପୂର୍ବରୁ ଥିବା ଆକ୍ସନ ଏବଂ ଷ୍ଟଂଟକୁ ଏଥରକ ଆହୁରି ଉନ୍ନତମାନର କରାଯାଇଛି ।
ସିନେମାରେ ସଲମାନଙ୍କ ଭୂମିକା ଜଣେ ର ଏଜେଂଟ୍ ରହିଥିବାବେଳେ କ୍ୟାଟରିନାଙ୍କୁ ଜମେ ଆଇଏସଆଇ ଏଜେଂଟ ରୂପରେ ଦେଖିବାକୁ ମିଳିବ । ତେବେ ଚଳିତ ବର୍ଷ ୨୨ ଡିସେମ୍ବରକୁ ସିନେମାଟି ପରଦାକୁ ଆସିବ ।
ସୌଜନ୍ୟ: ଆଜତକ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/tiger-1.jpg)