ନିକଟରେ ବିଗ ବସ ପ୍ରତିଯୋଗୀ ଜୁବୈର ଖାନଙ୍କୁ ନେଇ ସଲମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶାନ୍ତ ନପଡୁଣୁ ଏବେ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚାରେ ବଲିଉଡ ଭାଇଜାନ । ତେବେ ସଲମାନଙ୍କର ଅତି ଘନିଷ୍ଠ ଅଙ୍ଗରକ୍ଷୀଙ୍କ ବିରୋଧରେ ଆସିଛି ଏକ ସାଘାଂତିକ ଅଭିଯୋଗ । ସୂଚନା ମୁତାବକ, ମୁମ୍ବାଇର ଜଣେ ମହିଳା ସଲମାନଙ୍କ ଅଙ୍ଗରକ୍ଷୀ ସେରାଙ୍କ ବିରୋଧରେ ଆଣିଛନ୍ତି ଗଣଦୁଷ୍କର୍ମର ଧମକ ଦେଇଥିବା ଅଭିଯୋଗ ।
ମହିଳା ଜଣକ ଏନେଇ ମୁମ୍ବାଇର ଖାର ପୁଲିସ ଷ୍ଟେସନରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଖାଲି ସେତିକି ନୁହେଁ ମହିଳା ଜଣକ ସେରାଙ୍କ ଉପରେ ଏଭଳି ଅନେକ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି । ମହିଳାଙ୍କ କହିବା କଥା ହେଲା, ସେରା ତାଙ୍କୁ ଜୁବୈର ଖାନଙ୍କ ମାମଲାର ସେଟଲମେଂଟ କରିବାକୁ କହିଥିଲେ ଆଉ ଏଭଳି ନକରିବା ଦ୍ୱାରା ଗ୍ୟାଙ୍ଗରେପର ଧମକ ଦେଇଥିଲେ । ତେବେ ସେରାଙ୍କ ବିରୋଧରେ ଆଇପିସିର ଧାରା ୫୦୯ ଆଧାରରେ ଏକ ମାମଲା ରୁଜ୍ଜୁ କରିଛି ପୁଲିସ ।
ଉଲ୍ଲେଖଯୋଗ୍ୟ ଯେ, , ସୋ’ରେ ମହିଳା ପ୍ରତିଯୋଗୀଙ୍କ ପ୍ରତି ଜୁବୈର ଖାନଙ୍କ ଦୁର୍ବ୍ୟବହାର ଏବଂ ଧମକ ଦେବା ଯୋଗୁଁ ତାଙ୍କ ଉପରେ ଖୁବ୍ ରାଗି ଯାଇଥିଲେ ସଲମାନ । ତେବେ ଏହା ପରେ ମାନସିକ ଚାପରେ ଥିବା ଜୁବୈର ଅଧିକ ନିଦ ବଟିକା ଖାଇବା ଫଳରେ ହସ୍ପିଟାଲ ଯିବାକୁ ପଡିଥିବା ଅଭିଯୋଗ ହୋଇଥିଲା । ଘଟଣା ଏପରି ହୋଇଥିଲା କି ମାମଲା ଯାଇ ପହଂଚିଥିଲା ଥାନାରେ । ସଲମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଜୁବୈର ।
ତେବେ ମହିଳାଙ୍କ କହିବା ମୁତାବକ, ଜୁବୈରଙ୍କ ମାମଲାକୁ ଶାନ୍ତ କରିବା ପାଇଁ ସେରା ତାଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ ଏବଂ ଯଦି ସେ ତାଙ୍କ କଥାରେ ରାଜି ନହୁଅନ୍ତି ତେବେ ତାଙ୍କୁ ଗଣଦଦୁଷ୍କର୍ମ କରିବା ବଳି ଧମକ ମଧ୍ୟ ଦେଇଥିଲେ ।
ସୌଜନ୍ୟ: ଆଜତକ୍