ଭାଙ୍ଗିଲା କିଙ୍ଗ ଖାନଙ୍କ କୋଠା ! ଅବୈଧ ତରିକାରେ ନିର୍ମାଣ କରିଥିବା ଅଭିଯୋଗ

56

ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ କିଙ୍ଗ ଖାନ । ତେବେ ଏଥରକ ଶାହରୁଖ ଖାନ ନିଜର କୌଣସି ସିନେମା କିମ୍ବା ମହାନତା ପାଇଁ ନୁହେଁ ବରଂ ନିଜ ପ୍ରଡକ୍ସନ କଂପାନୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସୂଚନା ମୁତାବକ, ମୁମ୍ବାଇର ଗୋରେଗାଓ ଅଂଚଳରେ ଥିବା ଶାହରୁଖ ଖାନଙ୍କ ପ୍ରଡକ୍ସନ କଂପାନୀ ରେଡ୍ ଚିଲିଜ ଏଂଟରଟେନମେଂଟ୍ ଅଫିସ ନିକଟରେ ଥିବା ଏକ କ୍ୟାଂଟିନକୁ ବିଏମସି ଭାଙ୍ଗି ପକାଇଛି । ତେବେ କିଙ୍ଗ ଖାନ କାଳେ ଏହି କ୍ୟାଂଟିନକୁ ଅବୈଧ ତରିକାରେ ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଛି । ବିଏମସିର କହିବା କଥା ହେଲା କି, ଶାହରୁଖ ଖାନ ନିଜର କର୍ମଚାରୀମାନଙ୍କ ପାଇଁ ଇମାରତଠାରେ ଏକ କ୍ୟାଂଟିନ ତିଆରି କରିଥିଲେ ଯାହାକି ଅବୈଧ ଢଙ୍ଗରେ ନିର୍ମାଣ କରାଯାଇଥିଲା ଆଉ ଯାହାକୁ ବିଏମସିର ଅନୁମତି ବିନା ନିର୍ମାଣ କରାଯାଇଥିଲା । ତେଣୁ ଏହି ଅବୈଧ କନଷ୍ଟ୍ରକ୍ସନ ସଂପର୍କରେ ବିଏମସି ନିକଟକୁ ବାରମ୍ବାର ଅଭିଯୋଗ ଆସୁଥିଲା । ତେଣୁ ଉଭୟ ପୁଲିସ ଏବଂ ମହାନଗରପାଳିକାର ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଭଙ୍ଗା ଯାଇଛି ।

ଅନ୍ୟପଟେ, ଏସଂପର୍କରେ ମଧ୍ୟ ଶାହରୁଖ ଖାନଙ୍କ ରେଡ୍ ଚିଲିଜ ଏଂଟରଟେମେଂଟ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ରେଡ୍ ଚିଲ୍ଲିଜ ଏଂଟରଟେନମେଂଟ୍ କହିବା କଥା ହେଲା, ଏହି ସଂପତିର ମାଲିକ ରେଡ୍ ଚିଲ୍ଲିଜ ଏଂଟରଟେନମେଂଟ୍ ନୁହେଁ , ବରଂ ସେମାନେ ଏହାକୁ ଭଡାରେ ନେଇଛନ୍ତି । ଏହି ବିଲ୍ଡିଂରେ ବାହାରେ ଆଉ ଏକ ଖୋଲା ଜାଗା ରହିଛି ଯେଉଁଠାରେ ବସିବାର ସୁବିଧା ରହିଛି । ତେଣୁ ସେଠାରେ ସମସ୍ତ କର୍ମଚାରୀମାନେ ବସିବା ସହିତ ନିଜ ନିଜ ଘରୁ ଆଣିଥିବା ଖାଦ୍ୟ ଖାଉଥିଲେ । ଏହା କୌଣସି କ୍ୟାଂଟିନ ନୁହେଁ ବୋଲି ରେଡ୍ ଚିଲ୍ଲିଜ ଏଂଟରଟେନମେଂଟ୍ ସଫେଇ ଦେଇଛି ।

ସେହିପରି କୌଣସି ଭୁଲ ବୁଝାମଣା କାରଣରୁ ବିଏମସି ଏହି ଜାଗାକୁ ଭାଙ୍ଗି ଦେଇଛି, ଯେଉଁଠାରେ କି ଏନର୍ଜି ସେଭିଂ ସୋଲାର ପ୍ୟାନେଲ ଲଗାଯାଇଥିଲା । ଏହି ପ୍ୟାନେଲରୁ ସଂପୂର୍ଣ୍ଣ ବିଏଫଏକ୍ସ ଡିପାର୍ଟମେଂଟକୁ ବିଦ୍ୟୁତ୍ ସରୋବରାହ ହେଉଥିଲା । ରେଡ୍ ଚିଲ୍ଲିଜ୍ ବିଏଫଏକ୍ସ ଡିପାର୍ଟମେଂଟ ଏହି ପ୍ରସଙ୍ଗକୁ ନେଇ ବିଏମସିର ଅଧିକାରୀଙ୍କ ସହ ନିଶ୍ଚୟ ରୂପେ ଆଲୋଚନା କରିବେ ବୋଲି ରେଡ୍ ଚିଲ୍ଲିଜ ଏଂଟରଟେନମେଂଟ୍ ସୂଚନା ଦେଇଛି ।

ଏଠାରେ ଆମେ କହି ରଖୁଛୁ କି, କିଛି ମାସ ପୂର୍ବରୁ ଶାହରୁଖ ଖାନ୍ ଗୋରେଗାଓର ଡିଏଲଏଚ ପାର୍କର ଚତୁର୍ଥ ମହଲାରେ ନିଜର ପ୍ରଡକ୍ସନ କଂପାନୀ ରେଡ୍ ଚିଲ୍ଲିଜ ଏଂଟରଟେନମେଂଟ ପାଇଁ ଜାଗା ଭଡାରେ ନେଇଛନ୍ତି । ଯେଉଁଠାରେ କି ରେଡ୍ ଚିଲ୍ଲିଜ ଏଂଟରଟେନମେଂଟର ବିଏଫଏକ୍ସର କାମ କରାଯାଇଥାଏ ।

ସୌଜନ୍ୟ: ଆଜତକ୍