ବାହୁବଳୀ-୩କୁ ନେଇ ରାଜମୌଲୀଙ୍କର ବଡ଼ ଖୁଲାସା ! କହିଲେ, ମହାଭାରତର ରହସ୍ୟ

71

ଏସ୍ ଏସ୍ ରାଜମୌଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ବାହୁବଳୀହ ଦୁଇଟି ଯାଂକ ଭାଗ ବକ୍ସ ଅଫିସରେ ରେକର୍ଡ ସୃଷ୍ଟିି କରିଥିଲା ଏବଂ ଭାରତୀୟ ସିନେମା ଜଗତର ନାଁକୁ ମଧ୍ୟ ସାରା ବିଶ୍ୱରେ କରିଥିଲା ଗର୍ବିତ । ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ‘ବାହୁବଳୀ-ଦ କନକ୍ଲୁଜ’ନ ରିଲିଜ ହେବା ପରେ ଏବେ ଦର୍ଶକଙ୍କ ମନରେ ଏବେ ବାହୁବଳୀର ତୃତୀୟ ଭାଗକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ବାହୁବଳୀର ତୃତୀୟ ଭାଗ ଆସିବ କି ନାହିଁ ? ଯଦି ଆସିବ ତେବେ କେବେ ଆସିବ ? ଏଭଳି ଅନେକ ପ୍ରଶ୍ନ ଆଉ ଯାହାର ଉତ୍ତର କେବଳ ରାଜମୌଲୀଙ୍କ ନିକଟରେ ହିଁ ରହିଛି ।

ସୂଚନା ମୁତାବକ, ବାହୁବଳୀର ତୃତୀୟ ଭାଗ ଆଉ ଆସିବ ନାହିଁ । କାରଣ ନାଁ ବହୁ ଚର୍ଚ୍ଚତି ସିନେମା ବାହୁବଳୀ କାହାଣୀର ହାପି ଏଣ୍ଡିଂ ହୋଇଛି । ଏଥିରେ କୌସଣି ସନ୍ଦେହ ନାହିଁ । ତେବେ ଏଭଳି ଦୃଢୋକ୍ତି ଖୋଦ୍ ରାଜମୌଲୀଙ୍କର ରହିଛି । ଜାତୀୟ ଗଣମାଧ୍ୟମ ଆଇଏଏନଏସରେ ଦେଇଥିବା ଏକ ସାକ୍ଷାତକାରରେ ରାଜମୌଲୀ ଏହା ସ୍ପଷ୍ଟ କରିଛନ୍ତି । ରାଜମୌଲୀ କହିଛନ୍ତି ଯେ, ଏକ ଭଲ କାହାଣୀ ସହିତ ଆମେ ସିନେମାଟିକୁ ଆରମ୍ଭ କରିଥିଲୁ ଏବଂ ଏହାକୁ ଦୁଇଟି ଭାଗରେ ବି ନିର୍ମାଣ କରିଥିଲୁ । ଏବେ ଆଗକୁ ବାହୁବଳୀର କୌଣସି କାହାଣୀ ନାହିଁ । ମୋତେ ଜଣା ଅଛିକି ଆମ ପାଇଁ ବଜାର ସବୁବେଳେ ଖୋଲା ରହିଛି । ଯେଉଁଥିରେ ଆମେ କୋଟି କୋଟି ଟଙ୍କା ରୋଜଗାର କରିପାରିବୁ ହେଲେ ଏକ ସଚ୍ଚୋର୍ଟ ସିନେମା ନିର୍ମାଣ କରିବା ଦୃଷ୍ଟିକୋଣରୁ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଯଦି କୌଣସି କାହାଣୀ ବାକିଥାଏ ତେବେ ତାକୁ ନିର୍ମାଣ କରିବାକୁ ଖୁସି ମିଳିଥାନ୍ତି । ଭାରତୀୟ ସିନେମାକୁ ବାହୁବଳୀ ଭଳି ଭବ୍ୟ ସିନେମା ଦେଇଥିବା ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ଏଭଳି ପ୍ରକାର ସିନେମା ଚାହୁଁଥିବା ଦର୍ଶକଙ୍କୁ ମଧ୍ୟ ନିରାଶ କରିଛନ୍ତି ।

ତେବେ ଏହି ଆଲୋଚନାରେ ଯାହା ଅନୁମାନ କରାଯାଇଛି, ରାଜମୌଲୀ ମହାଭାରତ ଉପରେ ମଧ୍ୟ ଏକ ଭବ୍ୟ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ରାଜମୌଲୀଙ୍କ କହିବା ମୁତାବକ, ଏବେ ଆମେ ସିନେମାକୁ ନେଇ କିଛି ଚିନ୍ତା କରିନାହୁଁ । ବର୍ତ୍ତମାନ ଆମେ ଛୁଟିର ମଜା ଉଠାଉଛୁ । ସେ ଆହୁରୀ କହିଥିଲେ, ସେ ମହଭାରତ ଉପରେ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । କାରଣ ନା ମହାଭାରତ ନିର୍ମାଣ କରିବା ତାଙ୍କର ଏକ ବଡ ସ୍ୱପ୍ନ ରହିଥିଲା ହେଲେ ବର୍ତ୍ତମାନ ଏହି ସ୍ୱପ୍ନକୁ ସାକାର କରିବାକୁ ଆହୁରି କିଛି ଦିନ ସମୟ ଲାଗିପାରେ । ତେବେ ଯେତେବେଳେ କୌଣସି ବିଷୟ ମୋ ହୃଦୟକୁ ଛୁଇଁ ଯିବ ସେତେବେଳେ ହିଁ ତା ଉପରେ ସିନେମା ନିର୍ମାଣ କରିପାରେ ବୋଲି ରାଜମୌଲୀ ଏହି ସାକ୍ଷାତକାରରେ କହିଛନ୍ତି ।

ଖାଲି ସେତିକି ନୁହେଁ, ଓସ୍କାରରେ ବାହୁବଳୀ ସିନେମା ସ୍ଥାନ ନ ପାଇବା ଉପରେ ଏସଏସ ରାଜମୌଲୀ ନିରାଶ ହୋଇନାହାଁନ୍ତି ବୋଲି ମତବ୍ୟକ୍ତ କରିଥିଲେ । କାରଣ ସେ କୌଣସି ଆୱାର୍ଡ ପାଇବା ପାଇଁ ସିନେମା ନିର୍ମାଣ କରନ୍ତି ନାହିଁ ବୋଲି ଏହି ସାକ୍ଷାତକାରରେ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ବାହୁବଳୀ ଭାରତୀୟ ସିନେମାରେ ରୋଜଗାର ବାବଦରେ ସବୁ ରେକର୍ଡ ଭାଙ୍ଗି ସାରିଛି । ସିନେମାର ଦ୍ୱିତୀୟ ଭାଗର କଲେକ୍ସନ ୧୭୦୦ କୋଟିଠାରୁ ବି ଅଧିକ ରହିଛି ।

ସୌଜନ୍ୟ- ଦୈନିକ ଜାଗରଣ