ବନ୍ଧା ହେବେ ବଲିଉଡ୍ ବିୟୁଟି ତଥା ବିଗତ ଦିନର ନାୟିକା ମମତା କୁଲକର୍ଣ୍ଣି ! ଜାଣନ୍ତୁ କାହିଁକି

62

ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ବିରୋଧରେ ଥାଣେର ଏକ ଅଦାଲତରେ ଜାମିନ ଅଯୋଗ୍ୟ ୱାରେଂଟ ଜାରି କରାଯାଇଛି । ମମତା ଏହି ସମୟରେ କୋନିୟାରେ ନିଜ ସ୍ୱାମୀ ବିକି ଗୋସ୍ୱାମୀଙ୍କ ସହ କିଛି ବର୍ଷ ହେଲା ରହି ଆସୁଛନ୍ତି । ୨୦୧୬ରେ ଏହି ମାମଲା ସାମ୍ନାକୁ ଆସିଥିଲା ଏହାପରେ ଅଦାଲତ ମମତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ମୁତବାକ , ଯଦି ମମତା ଏହି ମାମଲାରେ ଆତ୍ମସମର୍ପଣ ନ କରନ୍ତି ତେବେ ତାଙ୍କୁ ପଳାତକ ଘୋଷଣା କରାଯିବ । ତେବେ ଏହି ମାମଲାରେ ଏଯାବତ୍ ଭାରତରେ ପାଖାପାଖି ୧୦ ଜଣଙ୍କୁ ଗିରଫ କରା ଯାଇସାରିଛି ।
ତେବେ ମମତାଙ୍କ ବିରୋଧରେ ଅଭିଯୋଗ ଥିଲା କି, ଦୁବାଇରେ ସେ ନିଜ ସ୍ୱାମୀଙ୍କ ସହ ମିଶି ପାଖାପାଖି ୨୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ କାରବାର ଚଳାଇଥିଲେ । ଏହି କାରବାରରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ପୂର୍ବରୁ ପୋଲିସ ଗିରଫ କରିଥିଲା ମାତ୍ର ସେ ଜାମିନରେ ମୁକୁଳି ଯାଇଥିଲେ ।