ଐଶ୍ୱର୍ଯ୍ୟାଙ୍କ ଦୁଃଖରେ ସାମିଲ ହେଲେ ସଉତୁଣୀ ! ଯାହାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁରା ବଚ୍ଚନ ଫ୍ୟାମିଲି

36

ଏକ ସମୟ ଥିଲା ରାଣୀ ମୁଖାର୍ଜୀ ଏବଂ ଅଭିଷେକ ବଚ୍ଚନ ପରମ୍ପରକୁ ଭଲ ପାଇ ବସିଥିଲେ । ତେବେ ଉଭୟଙ୍କ ପ୍ରେମ ସଂପର୍କ ସିନେମା ‘ବଂଟି ଔର ବବଲି’ରେ କାମ କରିବା ସମୟରେ ହୋଇଥିଲା । ଆଉ ଉଭୟଙ୍କ ପ୍ରେମ ଏତେ ମାତ୍ରାରେ ବଢିଯାଇଥିଲା କି ବିବାହ କରିବାକୁ ମଧ୍ୟ କଥାଟା ପହଂଚିଯାଇଥିଲା । କିନ୍ତୁ ହଠାତ୍ କୌଣସି କାରଣରୁ ଉଭୟଙ୍କ ସଂପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ଆଉ ତା’ପରଠୁ ରାଣୀ ବଚ୍ଚନ ପରିବାର ସହ ସବୁ ସଂପର୍କ ଛିନ୍ନ କରି ଦେଇଥିଲେ । ଆଉ ରାଣୀ ଏବେ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରି ଖୁବ୍ ଖୁସିରେ ରହିଥବାବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ସହ ।

ତେବେ ଐଶ୍ୱର୍ଯ୍ୟାଙ୍କ ବାପାଙ୍କ ନିଧନ ପରେ ତାଙ୍କର ସମସ୍ତ ବନ୍ଧୁମାନେ ତାଙ୍କୁ ସାନ୍ତ୍ୱନା ଦେବାକୁ ତାଙ୍କ ନିକଟରେ ପହଂଚି ଥିଲେ । ଆଉ ଏହାର ସୁଯୋଗ ନେଇ ରାଣୀ ମଧ୍ୟ ତାଙ୍କ ପାଖରେ ପହଂଚି ଯାଇଥିଲେ । ରାଣୀଙ୍କୁ ଦେଖି ଐଶ୍ୱର୍ଯ୍ୟାଙ୍କ ସମେତ ପୁରା ବଚ୍ଚନ ପରିବାର କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ତେବେ ରାଣୀ ପଛ କଥାକୁ ଭୁଲି ଐଶ୍ୱର୍ଯ୍ୟାଙ୍କ ଦୁଃଖରେ ସାମିଲ ଦେବାକୁ ଆସିଥିଲେ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି ।