ଜନତାଙ୍କଠାରୁ ଦୂରେଇ ରହିବାକୁ ରଣବୀର କପୁରଙ୍କୁ କଡା ନିର୍ଦ୍ଦେଶ ! ଜାଣନ୍ତୁ କାହିଁକି . . .

29

ବଲିଉଡର ମୁନ୍ନା ଭାଇ ତଥା ସଂଜୟ ଦତ୍ତଙ୍କ ଜାବନୀ ଉପରେ ଆଧାରିତ ସିନେମାଟିରେ ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ମାତ୍ର ରଣବୀରଙ୍କୁ ଏହି ଚରିତ୍ର ବହୁତ ମହଙ୍ଗା ପଡିଛି । ସଂଜୟଙ୍କ ଚରିତ୍ରରେ ନଜର ଆସିବା ପାଇଁ ତାଙ୍କୁ କଣ ବା ନକରିବାକୁ ପଡିଛି । ଏଥିପାଇଁ ସେ ନିଜ କେଶ ବଢାଇବା ସହ ଶରୀରର ଓଜନ ମଧ୍ୟ ବଢାଇବାକୁ ପଡିଛି । ସବୁଠାରୁ ବଡ କଥା ହେଲା ସେ ନିଜର ପୁରା ହୁଲିଆ ସଂପୂର୍ଣ୍ଣ ବଦଳାଇବାରେ ମଧ୍ୟ ପଛାଇ ନାହାଁନ୍ତି । ଆଉ ଯାହା କାରଣରୁ ରଣବୀରଙ୍କୁ ନିଜ ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ତାଙ୍କ ଲୁକକୁ ନେଇ ଅନେକ ନକାରାତ୍ମକ କମେଂଟ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନମାନେ କରିଛନ୍ତି ।

ମାତ୍ର ଏହି ଚରିତ୍ର ପାଇଁ ରଣବୀରଙ୍କ ସହ ଏକ ଏଭଳି ଅଘଟଣ ହେବାକୁ ଯାଉଛି ଯାହା ତାଙ୍କ ସହ କେବେ ହୋଇନଥିଲା । ଏହି ସିନେମା ପାଇଁ ରଣବୀର ଏବେ ନିଖୋଜ ହେବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜକୁମାର ହିରାନୀ । ଏବଂ ସେ ରଣବୀରଙ୍କୁ ଯେତେ କମ୍ ସଂମ୍ଭବ ହେବ ଲୋକଙ୍କ ନଜରରେ ଆସିବାକୁ କହିଛନ୍ତି । ତେବେ ଶୁଣିବାକୁ ମିଳିଛି ଏହି ସିନେମାରେ ରଣବୀରଙ୍କୁ ୬ଟି ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । କିନ୍ତୁ ନିର୍ଦ୍ଦେଶକ ଚାହାଁନ୍ତି ନାହିଁ କି ସିନେମା ସହ ଜଡିତ କୌଣସି ବି ଜିନିଷ ଲୋକଙ୍କ ସାମ୍ନାକୁ ଆସୁ ବୋଲି ।