ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ । ଘଟଣାଟି ହେଲା, ରାକ୍ଷୀଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରାଯାଇଛି ଏବଂ ଖୁବ୍ ଶୀଘ୍ର ସେ ଗିରଫ ହେବାକୁ ଯାଉଛନ୍ତି । ରାକ୍ଷୀଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସର ଏକ ଟିମ୍ ମୁମ୍ବାଇ ଗସ୍ତ କରିଛି । ତେବେ ସ୍ଥାନୀୟ ଅଦାଲତର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ରାକ୍ଷୀ ଏକ ଟିଭି ଶୋରେ ରାମାୟଣର ରଚୟିତା ସନ୍ଥ ବାଲ୍ମିକୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ସହ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅପମାନ କରିଥିବା ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । । ଏହି ମାମଲାରେ ରାକ୍ଷୀଙ୍କ ବିରୋଧରେ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ଯେଉଁଥି ପାଇଁ ତାଙ୍କୁ ମାର୍ଚ୍ଚମାସରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ରାକ୍ଷୀ ଏହାକୁ ଅବମାନନା କରିଥିଲେ ଏବଂ କୋର୍ଟରେ ହାଜର ହୋଇ ନଥିଲେ । ଏହାପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରିଛନ୍ତି ।
ତେବେ କୋର୍ଟ ପକ୍ଷରୁ ବାରମ୍ବାର ସମନ ଜାରି ହେବାପରେ ମଧ୍ୟ ରାକ୍ଷୀ କୋର୍ଟରେ ହାଜର ହୋଇ ନାହାଁନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ ତାରିଖରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/rakhi-sawant.jpg)