ପୁଣି ଯୌନ ନିର୍ଯାତନା ଅଭିଯୋଗ ! ଧାରାବାହିକ ‘କେସି ୟେ ୟାରିୟା’ର ନାୟକଙ୍କ ବିରୋଧରେ ମଡେଲ ଆଣିଲେ ଏଭଳି ଆରୋପ

26

ନିକଟରେ ବହୁ ଚର୍ଚ୍ଚିତ ଟିଭି ଧାରାବାହିକ ‘ଭାବିଜୀ ଘରପର୍ ହୈ÷’ ର ନାୟିକା ଶିଳ୍ପା ସିନ୍ଦେ ନିଜ ଶୋ’ର ପ୍ରଯୋଜିକାଙ୍କ ସ୍ୱାମୀଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ଖବର ମିଳିବା ପରେ ଏବେ ପୁଣି ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ତେବେ ଏହା ଜଣେ ଅଭିନେତାଙ୍କ ବିରୋଧରେ ଆସିଛି ।

ଟେଲିଭିଜନ ଧାରାବାହିକ ‘କେସି ୟେ ୟାରିୟା’ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ପାର୍ଥ ସମଥାନଙ୍କ ଉପରେ ଜଣେ ମଡେଲ ଯୌନ ନିର୍ଯାତନା ପରି ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ତେବେ ପୁଲିସ ଏନେଇ ଏକ ଏଫଆଇଆର ମଧ୍ୟ ଦାଖଲ କରି ମାମଲାର ଛାନ୍ ଭିନ୍ ଆରମ୍ଭ କରିଦେଇଛି ।
ସୂଚନା ମୁତାବକ, ମୁମ୍ବାଇର ବାଂଗୁର ନଗର ପୁଲିସ ଷ୍ଟେସନରେ ଜଣେ ୨୦ ବର୍ଷୀୟ ମଡେଲ ସୁସ୍ମିତା ଚକ୍ରବର୍ତ୍ତୀ ଶନିବାର ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି କି ପାର୍ଥ ତାଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହ ତାଙ୍କ ସହ ଅସଦାଚରଣ କରିଛନ୍ତି । ତେବେ ପାର୍ଥ କୌଣସି କାରଣରୁ ବାହାରକୁ ଯାଇଥିଲେ ଏବଂ ଦୁଇ ଦିନ ହେଲା ସେ ମୁମ୍ବାଇ ଫେରିଛନ୍ତି । ମାତ୍ର ପୁଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ । କିନ୍ତୁ ଥାନାକୁ ଡାକି ପଚରା ଉଚରା କରିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ କି, ଏଭଳି ଅଭିଯୋଗ ପାର୍ଥଙ୍କ ନାଁରେ ପ୍ରଥମ ଥର ଆସିନାହିଁ ପୂର୍ବରୁ ମଧ୍ୟ ତାଙ୍କ ନାଁ ବହୁ ବିବାଦରେ ଯୋଡି ହୋଇ ସାରିଛି ।