ଇଶ୍ୱରଙ୍କୁ କେହି ଦେଖି ନାହାଁନ୍ତି ମାତ୍ର ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଉଠିଥାଏ ସେତେବେଳେ ସମସ୍ତଙ୍କ ହୃଦୟରେ ଗୋଟିଏ ଚେହେରା ଉଙ୍କି ମାରିଥାଏ ତେବେ ସେ ହେଉଛି ଟେଲିଭିଜନ ଜଗତର ଲୋକପ୍ରିୟ ପୌରାଣିକ ଧାରାବାହିକ ତଥା ୧୯୮୮ରେ ଆର୍ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ରେ ଭଗବାନ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ପ୍ରତିଛବି । ‘ମହାଭାରତ’ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ଜଣଙ୍କ ହେଲେ ନୀତିଶ ଭରଦ୍ୱାଜ୍ ।
ତେବେ ନୀତିଶ ଅଭିନୟ ଜଗତକୁ ଆସିବା ପୂର୍ବରୁ ଜଣେ ଦକ୍ଷ ପ୍ରାଣୀ ଚିକିତ୍ସକ ଥିଲେ । ମୁମ୍ବାଇର ଭେଂଟନାରୀ କଲେଜରେ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ ନୀତିଶ । କିନ୍ତୁ ନୀତିଶ ତାଙ୍କର ଏହି ପେଶାକୁ ଛାଡି ଅଭିନୟ କରିବାକୁ ମନ ବଳାଇଥିଲେ । ଏବଂ ନିଜର ଅଭିନୟ ପ୍ରତିଭା ବଳରେ ସେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ସଫଳ ମଧ୍ୟ ହୋଇ ପାରିଥିଲେ ।
ଖାଲି ସେତିକି ନୁହେଁ, ରାଜନୀତିରେ ମଧ୍ୟ ନୀତିଶ ଭରଦ୍ୱାଜଙ୍କ ନାଁ ଶୁଣିବାକୁ ମିଳିଥିଲା । ନୀତିଶ ଏକ ସମୟରେ ବିହାରରୁ ସାଂସଦ ମଧ୍ୟ ରହି ଆସିଛନ୍ତି । କିନ୍ତୁ ରାଜଗଡରୁ ଦିଗ୍ ବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂଙ୍କଠାରୁ ଲୋକସଭା ନିର୍ବାଚନରେ ହାରିବା ପରେ ତାଙ୍କ ରାଜନୈତିକ ଜୀବନରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା । ଏହାବ୍ୟତୀତ ନୀତିଶ ମଧ୍ୟ ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ ରୂପେ ଭାବେ ରହିଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/mahabharat.jpg)