କାହିଁକି ସଂଜୟଙ୍କଠାରୁ ଦୁରେଇ ଗଲେ ମାଧୁରୀ ଦିକ୍ଷିତ ? ଜାଣନ୍ତୁ ଏହି ଯୋଡିଙ୍କ ବିଚ୍ଛେଦର କାହାଣୀ

କାହିଁକି ସଂଜୟଙ୍କଠାରୁ ଦୁରେଇ ଗଲେ ମାଧୁରୀ ଦିକ୍ଷିତ ? ଜାଣନ୍ତୁ ଏହି ଯୋଡିଙ୍କ ବିଚ୍ଛେଦର କାହାଣୀ

Source: i.ytimg.com

ବଲିଉଡ ଜଗତରେ କିଛି ଏଭଳି ପ୍ରେମ କାହାଣୀ ରହିଛି ଯାହା ଦୀର୍ଘସ୍ଥାୟୀ ହୋଇଥିଲେ ମଧ୍ୟ ଅଧୁରା ଅଟେ ତେବେ ସେହି ପ୍ରେମ କାହାଣୀଙ୍କ ମଧ୍ୟରୁ ଗୋଟିଏ କାହାଣୀ ହେଉଛି ଖଳନାୟକ ସଂଜୁ ବାବା ତଥା ସଂଜୟ ଦତ୍ତଏବଂ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତଙ୍କର । ଏକ ସମୟ ଥିଲା ଯେତେବେଳେ ମାଧୁରୀ ଏବଂ ସଂଜୟ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ସଂଜୟଙ୍କ ଜୀବନରେ ଏକ ଏଭଳି ଝଡ ଆସିଥିଲା ଯେତେବେଳେ ମାଧୁରୀ ତାଙ୍କ ସହ ସବୁ ସଂପର୍କ ଛିର୍ଣ୍ଣ କରି ଚାଲି ଯାଇ ଥିଲେ ।

୯୦ ଦଶକରେ ମାଧୁରୀ ଏବଂ ସଂଜୟଙ୍କ ଯୋଡି ଥିଲା ବଲିଉଡର ସବୁଠାରୁ ବେଷ୍ଟ ଯୋଡି । ସେହି ସମୟରେ ଏହି ଯୋଡିଙ୍କୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି । ତେବେ ରିଲ୍ ଲାଇଫରେ ପ୍ରେମର ଅଭିନୟ କରୁ କରୁ ଉଭୟେ ରିୟଲ ଲାଇଫରେ ମଧ୍ୟ ପରସ୍ପରକୁ ଭଲପାଇ ବସିଥିଲେ । ଖାଲି ସେତିକି ନୁହେଁ ଉଭୟେ ବିବାହ କରିବାକୁ ମଧ୍ୟ ନିଷ୍ପତି ନେଇଯାଇଥିଲେ । କିନ୍ତୁ ସଂଜୟ ପୂର୍ବରୁ ବିବାହିତ ଥିଲେ ଆଉ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଥିଲା । ଯେତେବେଳେ ପତ୍ନୀ ରିୟା ସଂଜୟ ଏବଂ ମାଧୁରୀଙ୍କ ପ୍ରେମ ସଂପର୍କରେ ଜାଣି ନେଇଥିଲେ ସେତେବେଳେ ସେ ସଂଜୟଙ୍କୁ ଛାଡି ଦେଇଥିଲେ ଏବଂ ଆମେରିକା ଚାଲିଯାଇଥିଲେ ।

ତେବେ ଉଭୟଙ୍କ ପ୍ରେମ ସଂପର୍କ ସବୁ ଠିକ୍ ଠାକ୍ ଚାଲିଥାଏ ମାତ୍ର ଏହି ସମୟରେ ସଂଜୟଙ୍କୁ ଆର୍ମ ଆକ୍ଟ ମାମଲାରେ ଗିରଫ କରାଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ଆଉ ଏହି ସମୟରେ ହିଁ ମାଧୁରୀ ତାଙ୍କ ସହିତ ସବୁ ସଂପର୍କ କାଟି ଦେଇଥିଲେ । ଅର୍ଥାତ୍ ଉଭୟଙ୍କ ପ୍ରେମ ସଂପର୍କରେ ସବୁଦିନ ପାଇଁ ପଡିଯାଇ ପୂର୍ଣ୍ଣଚ୍ଛେଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe