ବିବାଦ ଘେରରେ ବିରୁଷ୍କାଙ୍କ ବାହାଘର । ଇଟାଲିରେ ବିରାଟ-ଅନୁଷ୍କାଙ୍କ ବାହାଘରକୁ ନେଇ ଆପତି ଉଠାଇଲା ବିଜେପି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘରକୁ ନେଇ ଦେଶବିଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ବିରାଟଙ୍କ ଦେଶଭକ୍ତିକୁ ନେଇ ଉଠିଛି ପ୍ରଶ୍ନ । ଆଉ ଏମିତି ଏକ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ଗୁଣାର ବିଜେପି ବିଧାୟକ ପାନ୍ନାଲାଲ ଶାକ୍ୟ ।
ବିରାଟ ଭାରତରେ ହିଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ସେ ତାଙ୍କ ବିବାହ ଉତ୍ସବ କାହିଁକି ଇଟାଲିରେ କଲେ ବୋଲି ଏକ କାର୍ଯ୍ୟକ୍ରମରେ ଭାଷଣ ଅବସରରେ ପ୍ରଶ୍ନ କରିଛନ୍ତି ବିଜେପି ନେତା ପାନ୍ନାଲାଲ । ଭାରତରେ ଏତେ ସୁନ୍ଦର ଓ ସୁରକ୍ଷିତ ସ୍ଥାନ ଥିବା ବେଳେ ବିରାଟ ଇଟାଲିରେ ବିବାହ କରିବାର ରହସ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏମିତି କରି ବିରାଟ କୋହଲି ନିଜ ଦେଶ ପ୍ରତି ସମ୍ମାନକୁ କମ୍ କରିଛନ୍ତି । ନିଜ ଜନ୍ମମାଟି ଭାରତକୁ ବିରାଟ ଅଛୁଆଁ ଭଳି ବ୍ୟବହାର କରିଛନ୍ତି । ଆଉ ତାଙ୍କର ଏପରି କାର୍ଯ୍ୟ ତାଙ୍କ ଦେଶପ୍ରୀତିରେ ଆଂଚ ଆଣିଥିବା କହିଛନ୍ତି ବିଜେପି ବିଧାୟକ ପାନ୍ନାଲାଲ ଶାକ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/1513682977-1513139157-Virat_Kohli_Weding_Twitter.jpg)