ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ରିୟାଲିଟି ସୋ’ “କୋନ୍ ବନେଗା କରୋଡପତି” । ଭାଗନେବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

53

ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ ଜଗତର ବହୁ ଚର୍ଚ୍ଚିତ ରିୟାଲିଟି କୁଇଜ୍ ତଥା ଗେମ୍ ସୋ’ ‘କୋନ ବନେଗା କରୋଡପତି’ । ମହାନାୟକ ଅମିତାଭ ବଚ୍ଚନ ମଧ୍ୟ କେବିସିର ସିଜିନ-୧୦ ପାଇଁ ଇନଟ୍ରୋଡକସନ ପାର୍ଟର ରେକଡିଂ ଆରମ୍ଭ କରିସାରିଲେଣି ଆଉ ଏହି ସଂପର୍କରେ ଖୋଦ ବିଗବି ଟୁଇଟ୍ କରି ଜଣାଇଛନ୍ତି । ତେଣୁ ଯଦି ଆପଣ ଏହି ଖେଳରେ ଭାଗନେବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ପ୍ରକ୍ରିୟା ଅନୁସାରେ ଏଥିରେ ସାମିଲ ହୋଇପାରିବେ । ରେଜିଷ୍ଟ୍ରେସନ ପାଇଁ ୬ ଜୁନରେ ଖୋଦ୍ ଅମିତାଭ ବଚ୍ଚନ ରାତି ସାଢେ ୮ ଟା ବେଳେ ଟିଭିରେ ଦର୍ଶକମାନଙ୍କୁ ଗୋଟିଏ ଲେଖାଏଁ ପ୍ରଶ୍ନ କରିବେ ଏବଂ ଏହି ପ୍ରଶ୍ନର ଉତ୍ତର ଦେଇ ଦର୍ଶକ ଏହି ଖେଳ ପାଇଁ ରେଜିଷ୍ଟର କରିପାରିବେ । ତେବେ ବିଗବି ପଚାରିଥିବା ପ୍ରଶ୍ନର ଉତ୍ତର ଦର୍ଶକ ମେସେଜ କିମ୍ବା ସୋନି ଟିଭି ଆପ୍ ଜରିଆରେ ଦେଇପାରିବେ । ଏହି ପ୍ରକ୍ରିୟା ୧୪ ଦିନ ଧରି ଚାଲିବ ଏବଂ ୨୦ ଜୁନ ପରେ ସଠିକ୍ ସଠିକ୍ ଉତ୍ତର ଦେଇଥିବା ଲୋକଙ୍କୁ ଅଡିସନ ପାଇଁ ମୁମ୍ବାଇ ଡକାଯିବ । ସେହିପରି ଅନ୍ୟ ତରିକାରେ ବି ଆପଣ କେବିସିରେ ଭାଗ ନେଇପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

କେବିସି ସିଜିନ ୧୦ର ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ପ୍ରୋସେସ 

୧. ପ୍ରଥମେ ଆଶାୟୀଙ୍କୁ କିଏ ହେବ କରୋଡପତିର ଅଫିସିଆଲ ୱେବସାଇଟ kbc.sonyliv.comରେ ଯିବାକୁ ପଡିବ ।

୨. କେବିସି ରେଜିଷ୍ଟ୍ରେସନ ୨୦୧୮ର ଅଫିସିଆଲ ଲିଙ୍କ୍ ସର୍ଚ୍ଚ କରନ୍ତୁ ଏବଂ submit ବଟନ ରେ କ୍ଲିକ୍ କରନ୍ତୁ ।

୩. ଏବେ ରେଜିଷ୍ଟ୍ରେସନ ଫର୍ମ ଆପଣଙ୍କ ସାମ୍ନାରେ ଦେଖାଯିବ ।

୪. ଏହି ଫର୍ମଟିକୁ ଧ୍ୟାନର ସହ ପୂରଣ କରନ୍ତୁ ଏବଂ submit ବଟନ ଉପରେ କ୍ଲିକ କରନ୍ତୁ ।

ଗ୍ଦଙ୍କଭଜ୍ଞସଗ୍ଧ ବଟନ ଉପରେ କ୍ଲିକ କରିବା ପରେ ଆପଣ ଆପଣଙ୍କ ସ୍କ୍ରିନ୍ ଉପରେ ଏକ ମେସେଜ ଦେଖିପାରିବେ ଯେ, ଆପଣଙ୍କ ରେଜିଷ୍ଟ୍ରେସନ ପୂରଣ ହୋଇଗଲା ।

ଅଫଲାଇନରେ ମଧ୍ୟ କରିପାରିବେ ଆବେଦନ 

କେବିସି ୨୦୧୮ ସିଜିନ ୧୦ ପାଇଁ ରେଜିଷ୍ଟ୍ରେସନ ଆବେଦନ ଅନଲାଇନ ସହ ଅଫଲାଇନରେ ମଧ୍ୟ କରିପାରିବେ । ସୋ ରେ ସାମିଲ ହେବା ପାଇଁ ଆଶାୟୀ ନିମ୍ନରେ ଦିଆଯାଇଥିବା ଅଫଲାଇନ୍ ପ୍ରକ୍ରିୟାରୁ ଯେକୌଣସି ପ୍ରକ୍ରିୟା ବ୍ୟବହାର କରିପାରିବେ ।

୧. ପ୍ରତିଯୋଗୀ ଆଇବିଆର ଦ୍ୱାରା ଆବେଦନ କରିପାରିବେ ।

୨. ସରକାରୀ ବିଜ୍ଞପ୍ତି ର ଉପଯୋଗ କରି ମଧ୍ୟ ଆବେଦନ କରିପାରିବେ ।

୩. ଇଚ୍ଛୁକ ଆଶାୟୀ ଏସଏମଏସ ଦ୍ୱାରା ମଧ୍ୟ ଆବେଦନ କରିପାରିବେ ।

କେବିସି ୧୦, ୨୦୧୮ ର ଲାଇଫଲାଇନ 

ଏଥର ସୋ ରେ ଚାରି ପ୍ରକାର ଲାଇଫଲାଇନ୍ ପ୍ରତିଯୋଗୀ ମାନଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରିବ ।

୧. ଅଡିଏନ୍ସ ଭୋଟ

୨. ୫୦-୫୦

୩. ଫୋନ ଏ ଫ୍ରେଣ୍ଡ

୪. ପାର୍ଟନର

ଏଠାରେ ଆମେ କହି ରଖୁଛୁ କି, ଗତ ସିଜନ କେବିସି-୯ରେ ଟିଭି ଟିଆରପିରେ ଅନେକ ଲୋକପ୍ରିୟ ସିରିୟଲକୁ ପଛରେ ପକାଇଦେଇଥିଲା । ଯାହାକୁ ଦର୍ଶକେ ଅଧିକରୁ ଅଧିକ ଦେଖିବାକୁ ପସନ୍ଦ କରିଥିଲେ ।