ଗୋଟେ ପଟେ କରିସ୍ମା କପୁର ନିଜ ଜୀବନରେ ଖୁବ୍ ଖୁସି ରହିବା ସହିତ ବୟଫ୍ରେଣ୍ଡ ସଂନ୍ଦିପ ତୋସନିବାଲଙ୍କ ସହ ଡେଟ୍ ପରେ ଡେଟ୍ କରିବାରେ ଲାଗିଛନ୍ତି । ସେହି ଭଳି ତାଙ୍କର ଏକ୍ସ ପତି ତଥା ସଂଜୟ କପୁର ନିଜ ଲାଇଭକୁ ମଧ୍ୟ ବହୁତ ଭଲଭାବରେ ଉପଭୋଗ କରୁଛନ୍ତି । ଏବଂ ନିଜ କଥିତ ଗାର୍ଲଫ୍ରେଣ୍ଡଙ୍କ ସହ ନିକଟରେ ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।
ସୂଚନା ମୁତାବକ, ସଂଜୟ ବର୍ତ୍ତମାନ ମଡେଲ ପ୍ରିୟା ସଚଦେବଙ୍କ ସହ ଡେଟ୍ କରୁଛନ୍ତି ଆଉ ଆସନ୍ତା ମାସରେ ଦୁହେଁ ବିବାହ କରିବାକୁ ମଧ୍ୟ ସ୍ଥିର କରିଛନ୍ତି । ତେବେ ନ୍ୟୁୟର୍କରେ ଉଭୟେ ବିବାହ କରିବେ ଆଉ ଏହି ଉତ୍ସବରେ କେବଳ ତାଙ୍କ ଅତି ପରିଚିତ ତଥା ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏଠାରେ ଆମେ କହି ରଖୁଛୁ କି, ସଂଜୟଙ୍କ ଭଳି ପ୍ରିୟା ମଧ୍ୟ ଜଣେ ସ୍ୱାମୀ ପରିତ୍ୟକ୍ତା । ସେ ଯାହା ହେଉନା କାହିଁକି । ଏବେ ଦେଖିବାର ଅଛି, କରିସ୍ମା କେବେ ବିବାହ କରୁଛନ୍ତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/sanjay-priya.jpg)