ଭୁଲ ପରେ ବି ଚେତି ନାହାଁନ୍ତି କପିଲ ! ପୁଣି ସୁନୀଲଙ୍କ ବିରୋଧରେ ଦେଲେ ବିବାଦୀୟ ମନ୍ତବ୍ୟ

18

ଏବେ ଯେମିତି ଲାଗୁଛି ସୁନୀଲଙ୍କ ସହ କପିଲଙ୍କ ଲଢେଇ ଏବଂ ତାପରେ ସୁନୀଲ ତାଙ୍କ ଶୋ’ ଛାଡି ଚାଲି ଯିବା ଭଳି ଘଟଣାରେ ବୋଧେ କପିଲଙ୍କୁ ଟିକେ ହେଲେ ମଧ୍ୟ ଫରକ୍ ପଡିନି । ସେଥିପାଇଁ ତ ଏତେସବୁ ହେଲାପରେ ବି ସେ ନିଜର ବ୍ୟବହାରରେ ଟିକେ ବି ପରିବର୍ତ୍ତନ ଆଣି ନାହାଁନ୍ତି ଆଉ ସୁନୀଲଙ୍କ ବିଷୟରେ ଚାରିଆଡେ ଅପବାଦ ପ୍ରଚାର କରିବାରେ ଲାଗି ପଡିଛନ୍ତି ।

ସୂଚନା ମୁତାବକ, କପିଲ ଏବେ ନିଜ ସିନେମା ‘ଫରଙ୍ଗୀ’ର ସୁଟିଂ କାମକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଲୋକଙ୍କୁ କହି ବୁଲୁଛନ୍ତି କି ସୁନୀଲ, ଚନ୍ଦନ ଏବଂ ଅଲୀ ତାଙ୍କ ଶୋ’କୁ ଫେରିବାକୁ ବାଧ୍ୟ ଅଟନ୍ତି । କାରଣ ସେମାନଙ୍କୁ ଟଙ୍କାର ଘୋର ଆବଶ୍ୟକ ରହିଛି । ଯଦିଓ ଏହି ଖବରର ସତ୍ୟତା କେତେ ଦୂର ଠିକ୍ ତାହା ବିଷୟରେ ଆମକୁ ଅଧିକ ସୂଚନା ମିଳିପାରି ନାହିଁ । କିନ୍ତୁ ଏହି ଖବରଟିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ,କି ନିଜ ସିନେମାର ସୁଟିଂ ସମୟରେ କପିଲ ସୁନୀଲଙ୍କ ସଂପର୍କରେ ଏବେ ମଧ୍ୟ ଖରାପ କଥା କହୁଛନ୍ତି ।

ତେବେ ଦେଖିବାକୁ ବାକି ଅଛି, କି କପିଲଙ୍କ ଏଭଳି ବ୍ୟବହାର ଉପରେ ସୁନୀଲ କି ଷ୍ଟେପ୍ ନେଉଛନ୍ତି । କାରଣ ଝଗଡା ପରେ ଏପର୍ଯ୍ୟନ୍ତ ସୁନୀଲ ,ଚନ୍ଦନ ଏବଂ ଅଲୀ କପିଲଙ୍କ ଶୋର ସୁଟିଂ ଆରମ୍ଭ କରି ନାହାଁନ୍ତି । ଏବେ ଶୁଣିବାକୁ ମିଳିଛି, ସୁନୀଲ ଗ୍ରୋବର କାଳେ ‘ଡାକ୍ଟର ମଶହୁର ଗୁଲାଟି’ ନାମରେ ନିଜର ଏକ କମେଡି କାର୍ଯ୍ୟକ୍ରମର ଆରମ୍ଭ କରିବାକୁ ଯାଉଛନ୍ତି ।