ଆଜ୍ଞା ହଁ । ଏକଥା ସତ୍ୟ ଅଟେ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏହାର ଖୁଲାସା କରି କହିଛନ୍ତି । ତେବେ ସେ ରିୟଲ ଲାଇଫରେ ନୁହେଁ ବରଂ ରିଲ୍ ଲାଇଫରେ ପ୍ରଭାସଙ୍କ ସହ ରୋମାନ୍ସ କରିଛନ୍ତି ।
ସୂଚନା ମୁତାବକ, ୨୦୦୮ରେ ପରଦାକୁ ଆସିଥିବା କଙ୍ଗନାଙ୍କ ବଲିଉଡ ସିନେମା ‘ଫ୍ୟାସନ’ ପରେ ପରେ ହିଁ ତାଙ୍କର ଏକ ତେଲୁଗୁ ସିନେମା ରିଲିଜ୍ ହୋଇଥିଲା । ଯେଉଁଥିରେ ସେ ପ୍ରଭାସଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ । ତେବେ ଏହି ସିନେମାଟି ହେଉଛି ପୁରୀ ଜଗନ୍ନାଧଙ୍କ ନିଦ୍ଦେଶିତ ‘ଏକ୍ ନିରଜଂନ’ ।
କଙ୍ଗନା କହିଥିଲେ କି, ଯେତେବେଳେ ସେ ପ୍ରଭାସଙ୍କ ସହ କାମ କରୁଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଖୁବ୍ ଝଗଡା ହେଉଥିଲା । ଦିନେ ଏହି ଝଗଡା ଏତେ ବଢିଯାଇଥିଲା କି ସେମାନଙ୍କ ମଧ୍ୟରେ କଥାବର୍ତ୍ତା ପୁରାପୁରି ବନ୍ଦ ହୋଇ ଯାଇଥିଲା । ସେ ପୁଣି ମଧ୍ୟ କହିଥିଲେ, ‘ପ୍ରଭାସଙ୍କୁ ଭଲ ଅଭିନୟ କରୁଥିବାର ଦେଖି ମୋତେ ଖୁବ୍ ଖୁସି ଲାଗୁଛି । ଆଉ ସେ ଜଣେ ଭଲ ମଣିଷ ଅଟନ୍ତି’ ।
ଏହାସହ ମଧ୍ୟ ପଢନ୍ତୁ-ହେମାଙ୍କ ପାଇଁ ପାଗଳ ଥିଲେ ଅନେକ ଅଭିନେତା! ମାତ୍ର ଧର୍ମେନ୍ଦ୍ରଙ୍କୁ କାହିଁକି ବିବାହ କଲେ ଡ୍ରିମ୍ ଗର୍ଲ