ସମୟ କେବେ ବି କୌଣସି ବ୍ୟକ୍ତିର ତାଳ ଦେଇ ଗତି କରିନଥାଏ । ତେବେ ସେ କୌଣସି ସାଧାରଣ ଲୋକ ହେଉ କି, କୌଣସି ସେଲିବ୍ରିଟି । କାହାର କଥା ଅନୁସାରେ ସମୟ ଚାଲି ନଥାଏ । କାରଣ ସମୟ ହେଉଛି ଇଶ୍ୱରଙ୍କ ବରଦାନ । ଯାହାକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେଁ । ଆଜିକା ଦିନରେ ଯିଏ ଭଲ କରୁଛି, ସେ ନାମବିହୀନତା ହେଇଯାଉଛି । ଜରୁରୀ ନୁହେଁ କି, ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଏଭଳି ହିଁ କିଛି ହେବ । ତେବେ କିଛି ଲୋକଙ୍କ ନାମ ସାରାଜୀବନ ସଫଳତାର ଶୀର୍ଷରେ ମଧ୍ୟ ରହିଥାଏ । ଏଠାରେ ଆପଣଙ୍କୁ କହି ରଖୁଛୁ କି, ଏଭଳି କିଛି ବ୍ୟକ୍ତିତ୍ୱ ବଲିଉଡରେ ବି ଥିଲେ, ଯେଉଁମାନେ ଗୋଟେ କିମ୍ବା ଦୁଇଟି ଫିଲ୍ମରେ ଧମାଲ କରିବା ସତ୍ତେ୍ୱ ପରବର୍ତ୍ତୀ ସମୟରେ ତାଙ୍କ ଜାଲୱା ବେଶୀ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା ।ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ କଳାକାର ବିଷୟରେ କହିବାକୁ ଯାଉଛୁୁ । ତେବେ ସେହି ଅଭିନେତା ଜଣକ ଅନ୍ୟ କେହି ନୁହଁନ୍ତି, ବରଂ କାଜୋଲଙ୍କ ଭାବି ସ୍ୱାମୀ ଭାବେ ଜଣାଶୁଣା ହୋଇଥିବା ବିଜୟ ଆନନ୍ଦ । କିନ୍ତୁ ସମୟ ଓ ପରିସ୍ଥିତି ଏଭଳି କିଛି ସୃଷ୍ଟି ହେଲା, ହଠାତ୍ ପରଦାରୁ ଦୂରେଇ ଯାଇଥିଲେ ବିଜୟ ।

Advertisment

publive-image

୧୯୯୮ ମସିହାର ସୁପରହିଟ ଫିଲ୍ମ ‘ପ୍ୟାର ତୋ ହୋନା ହିଁ ଥା’ରେ ପ୍ରଥମ ଥର ପାଇଁ ନଜରକୁ ଆସିଥିଲେ ବିଜୟ । ଏହି ଫିଲ୍ମରେ ସେ କାଜୋଲଙ୍କ ଭାବି-ସ୍ୱାମୀ ରୂପେ ନଜରକୁ ଆସିଥିଲେ । ସେ ତାଙ୍କ ଅଭିନୟ ଯାଦୁରେ କାଜୋଲ ଓ ଦର୍ଶକଙ୍କ ହୃଦୟରେ ଜାଗା ବନାଇପାରିଥିଲେ । ତେବେ ଏହି ଫିଲ୍ମରେ କାଜୋଲ ଓ ଅଜୟ ଦେୱଗନ ବ୍ୟତୀତ ବିଜୟ ଆନନ୍ଦ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟରେ ନଜର ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହଠାତ୍ ଫିଲ୍ମରୁ ଗାଏବ ହୋଇଯାଇଥିଲେ ବିଜୟ ।

publive-image

ଏବେ କିନ୍ତୁ ବିଜୟ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ସେହି ସବୁ ଫଟୋଗୁଡିକୁ ଦେଖିଲେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ କାରଣ ଫଟୋଗୁଡିକରେ ବିଜୟ ଏକ ଭିନ୍ନ ରୂପରେ ନଜର ଆସୁଛନ୍ତି । ଚକୋଲେଟ୍ ବୟ ନାମରେ ଜଣାଶୁଣା ବିଜୟ ଆନନ୍ଦ ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ସହ ରୋମାନ୍ସ କରିବା ସହିତ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । ଏହା କିନ୍ତୁ ରିଏଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ ବିଜୟ ବିବାହ କରିବାକୁ ଚାହିଁଥିଲେ ବୋଲି ପ୍ରଶଂସକ ଜାଣନ୍ତି ।
ତେବେ କ୍ଲିନସେଭ ରହୁଥିବା ବିଜୟ ଏବେ କିନ୍ତୁ ଲମ୍ବା ଦାଢି ଓ ନିଶ ରଖି ଫଟୋ ସେୟାର କରିଛନ୍ତି । ୧୭ ବର୍ଷ ପରେ ସେ ପୁଣିଥରେ ଅଭିନୟ ଦୁନିଆକୁ ଫେରୁଛନ୍ତି । ଏବେ କିନ୍ତୁ ସେ ବଡ଼ ପରଦାକୁ ନୁହେଁ ବରଂ ଛୋଟ ପରଦାକୁ ଫେରୁଛନ୍ତି ବୋଲି ଶୁଣାଯାଉଛି । ବିଜୟ ଟିଭି ସିରିଏଲ ‘ସିୟା କେ ରାମ ମେ’ରେ ମଧ୍ୟ ନଜର ଆସିଥିଲେ । ଏହି ସିରିଏଲରେ ସେ ଜନକ ଭୂମିକାରେ ଅଭିନୟ କରିଥିଲେ ।