ବଲିଉଡର ସୁପରହିଟ୍ ଯୋଡି ତଥା କାଜୋଲ ଏବଂ ଅଜୟ ଦେବଗନଙ୍କ ବିବାହ ଏବେ ୧୮ ବର୍ଷ ପୁରିବାକୁ ବସିଲାଣି । ଏହି ଅବସରରେ କାଜୋଲ ନିକଟରେ ଏକ ସେଲଫି ସୋସିଆଲ ମିଡିଆରେ ସେୟାର କରି ତାଙ୍କ ବିବାହ ୨୪ ଫେବୃୟାରୀ ୧୯୯୯ରେ ହୋଇଥିବା ନେଇ ଫ୍ୟାନମାନଙ୍କୁ ଜଣାଇଥିଲେ । ତେବେ କାଜୋଲ ଅଜୟଙ୍କୁ ୨୫ ବର୍ଷ ବୟସରେ ବିବାହ କରିଥିଲେ ।
ଯେତେବେଳେ ସେ ତାଙ୍କ ସିନେମା କ୍ୟାରିୟରରେ ସଫଳତାର ପାହାଚ ଚଢିବାକୁ ଆରମ୍ଭ କରିଥିଲେ । ଠିକ୍ ସେହି ସମୟରେ ହିଁ ସେ ଅଜୟଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ତେବେ କାଜୋଲ କେଉଁ ପରିସ୍ଥିତିରେ ଏହି ନିଷ୍ପତି ନେଇଥିଲେ ତା’ର ଖୁଲାସା ଖୋଦ୍ କାଜୋଲ ବିବାହର ୧୮ ବର୍ଷ ପରେ ଏକ ସାକ୍ଷତକାରରେ କରିଥିଲେ ।
ସେ କହିଥିଲେ କି, ‘ମୋର ସିନେମା ଜଗତରେ କାମ କରିବାରେ ଅନେକ ସମୟ ବିତି ଯାଇଛି । ତେବେ ଜୀବନରେ ମୁଁ ପାଇଛି ଅନେକ ସଫଳତା ମାତ୍ର ସେଥିରେ ମୋତେ ମିଳି ନଥିଲା ପ୍ରକୃତ ଖୁସି ଏବଂ ଶାନ୍ତି । ଗହଳି ଭିତରେ ଥିଲେ ମଧ୍ୟ ମୋତେ ଲାଗୁଥିଲା ଏକା ଏକା । ଆଉ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୋତେ ସାହାରା ଦେଇଥିଲେ ଅଜୟ । ଯେଉଁଥି ପାଇଁ ଅଜୟଙ୍କୁ ମୋର ଜୀବନସାଥୀ କରିବାକୁ ମୁଁ ବିବାହ ଭଳି ବଡ ନିଷ୍ପତି ନେଇଥିଲି’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Kajol.jpg)