ସୁଶାନ୍ତଙ୍କ ସହ ରୋମାନ୍ସ କରିବେ ସୈଫଙ୍କ ଝିଅ ! ଫିଲ୍ମ ‘କେଦାର ନାଥ ’ ଜରିଆରେ ବଲିଉଡ଼ରେ ପାଦ ଦେବେ ସାରା

ସୁଶାନ୍ତଙ୍କ ସହ ରୋମାନ୍ସ କରିବେ ସୈଫଙ୍କ ଝିଅ ! ଫିଲ୍ମ ‘କେଦାର ନାଥ ’ ଜରିଆରେ ବଲିଉଡ଼ରେ ପାଦ ଦେବେ ସାରା

source-http://navbharattimes.indiatimes.com

ଅଭିନେତା ସୈଫ୍ ଅଲୀ ଖାନ୍ ଓ ଅମୃତା ଅରୋରାଙ୍କ ଝିଅ ସାରା ଅଲୀ ଖାନ୍ ବଲିଉଡ଼ରେ ପାଦ ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ରୋମାଣ୍ଟିକ୍ ଫିଲ୍ମ ‘କେଦାର ନାଥ ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିବେ ସାରା । ଏଥିରେ ତାଙ୍କର ହିରୋ ହେବେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ । ଏହି ଫିଲ୍ମର କାହାଣୀ ଉତ୍ତରାଖଣ୍ଡର ଏକ ସହର ଉପରେ ଆଧାରିତ । ସାରା ଏଥିରେ ଜଣେ ଜଙ୍ଗଲୀ ଝିଅ ଭୂମିକାରେ ନଜର ଆସିବେ ।

ସୂଚନା ଅନୁସାରେ ,ଫିଲ୍ମଟି ସଂପୂର୍ଣ୍ଣ ଭାବେ ଭାରତରେ ସୁଟିଂ ହେବ ଏବଂ ଏହାର ଅଧିକାଂଶ ଭାଗ ଉତ୍ତରାଖଣ୍ଡର କେଦାରନାଥର ଆଖପାଖ ଅଂଚଳରେ ସୁଟିଂ ହେବ । ଚଳିତ ବର୍ଷର ଶେଷ ଭାଗ ଆଡକୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe