ଅଭିନେତା ସୈଫ୍ ଅଲୀ ଖାନ୍ ଓ ଅମୃତା ଅରୋରାଙ୍କ ଝିଅ ସାରା ଅଲୀ ଖାନ୍ ବଲିଉଡ଼ରେ ପାଦ ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ରୋମାଣ୍ଟିକ୍ ଫିଲ୍ମ ‘କେଦାର ନାଥ ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିବେ ସାରା । ଏଥିରେ ତାଙ୍କର ହିରୋ ହେବେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ । ଏହି ଫିଲ୍ମର କାହାଣୀ ଉତ୍ତରାଖଣ୍ଡର ଏକ ସହର ଉପରେ ଆଧାରିତ । ସାରା ଏଥିରେ ଜଣେ ଜଙ୍ଗଲୀ ଝିଅ ଭୂମିକାରେ ନଜର ଆସିବେ ।
ସୂଚନା ଅନୁସାରେ ,ଫିଲ୍ମଟି ସଂପୂର୍ଣ୍ଣ ଭାବେ ଭାରତରେ ସୁଟିଂ ହେବ ଏବଂ ଏହାର ଅଧିକାଂଶ ଭାଗ ଉତ୍ତରାଖଣ୍ଡର କେଦାରନାଥର ଆଖପାଖ ଅଂଚଳରେ ସୁଟିଂ ହେବ । ଚଳିତ ବର୍ଷର ଶେଷ ଭାଗ ଆଡକୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/kedarnath.jpg)