ହ୍ୟାକରଙ୍କ ଟାର୍ଗେଟରେ ସିନେ ତାରକା ! ହଲିଉଡର ସୁପର ମଡେଲ କେଟ୍ ମୋସ୍ ହେଲେ ଏହାର ଶିକାର

ହ୍ୟାକରଙ୍କ ଟାର୍ଗେଟରେ ସିନେ ତାରକା ! ହଲିଉଡର ସୁପର ମଡେଲ କେଟ୍ ମୋସ୍ ହେଲେ ଏହାର ଶିକାର

Source: amarujala.com

ହ୍ୟାକରଙ୍କ ଟାର୍ଗେଟରେ ଏବେ ସିନେ କଳାକାର । କିଛି ଦିନ ହେଲା ଏଭଳି ଖବରକୁ ନେଇ ସିନେମା ଜଗତରେ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଏହାର ଶିକାର ହୋଇଛନ୍ତି ହଲିଉଡର ସୁପର ମଡେଲ ତଥା ନାୟିକା କେଟ୍ ମୋସ୍ । ତେବେ କେଟଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି ଆଉ ଯାହାକୁ ନେଇ ସେ ରାଗରେ ପୂରା ଉତକ୍ଷିପ୍ତ ହୋଇଯାଇଛନ୍ତି ।

ଡେଲି ମେଲର ସୂଚନା ମୁତାବକ, କେଟ ୨୦୧୧ରେ ନିଜ ବିବାହ ସମୟରେ କିଛି ଫଟୋ ଉଠାଇଥିଲେ । ଆଉ ସେଗୁଡିକ ବହୁତ ବ୍ୟକ୍ତିଗତ ମଧ୍ୟ ଥିଲା । ଯେଉଁଥିରେ ସେ ବିବାହ ପାଇଁ ପ୍ରସ୍ତୁତ ହେଉଥିବାର କିଛି ଅଶ୍ଳୀଳ ଫଟୋ ରହିଥିଲା । ଯାହାକୁ ସେ ତାଙ୍କ କମ୍ଫ୍ୟୁଟରରେ ରଖିଥିଲେ । ତେବେ କେଟଙ୍କ ଅଭିଯୋଗ ରହିଛି କେହି ତାଙ୍କ କମ୍ପ୍ୟୁଟରରୁ ଏହି ଫଟୋଗୁଡିକୁ ଚୋରି କରି ନେଇଯାଇଛି ବୋଲି ।

ତେବେ କହିବାକୁ ଗଲେ ତ କେଟ ଅନେକ ସମୟରେ ବିଭିନ୍ନ ବୋଲ୍ଡ ଲୁକରେ ଫଟୋ ସୁଟ୍ କରନ୍ତି ଆଉ ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ ମାତ୍ର ଯେଉଁ ଫଟୋ ସଂପର୍କରେ ସେ ଅଧିକ ବ୍ୟଥିତ ଅଛନ୍ତି ସେଭଳି ଫଟୋ ସେ କେବଳ ତାଙ୍କ ସ୍ୱାମୀଙ୍କ ଉର୍ଦ୍ଦେଶ୍ୟରେ ଉଠାଇଥିଲେ । ଏବେ କେଟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିବା ଶୁଣିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe