ପରିକୀୟା ପ୍ରିତି ହେଲା କାଳ ! ଅଳ୍ପେକେ ବର୍ତ୍ତିଲା ସୁପରଷ୍ଟାରଙ୍କ ସୁନାର ସଂସାର

64

ଆଜି ଆମେ ଆପଣଙ୍କୁ ଗୋବିନ୍ଦାଙ୍କ ଜୀବନ ସହ ଜଡିତ କିଛି ଏଭଳି ରାଜ ବିଷୟରେ କହିବାକୁ ଯାହାଆପଣଙ୍କୁ ଜଣା ନଥିବ । ତେବେ ଗୋବିନ୍ଦା ମିଡିଆ ସାମ୍ନାରେ କେବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲନ୍ତି ନାହିଁ । କିନ୍ତୁ ଏକ ସମୟ ଥିଲା କି ତାଙ୍କ ଜୀବନରେ ସୃଷ୍ଟି ହୋଇଥିଲା ଝଡ । ଯେଉଁଥିପାଇଁ ତାଙ୍କ ହସଖୁସୀର ସଂସାରରେ ଲାଗି ଯାଇଥିଲା କାହାର ନଜର ।

ଗୋବିନ୍ଦା ଯେପରି ଜଣେ ସଫଳ ଅଭିନେତା ସେହିଭଳି ମଧ୍ୟ ତାଙ୍କ ନାଁ ବହୁ ବିବାଦରେ ରହିଆସିଛି । କହିବାକୁ ଗଲେ ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ଏକ ସମୟ ଆସିଥିଲା କି ସେ ତାଙ୍କୁ ଭୂଲି ଅନ୍ୟ ଜଣଙ୍କ ପ୍ରେମରେ ପଡିଯାଇଥିଲେ । ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଲେ ରାଣୀ ମୁଖାର୍ଜି । ଖବର ମୁତାବକ, ହୁହିଁଙ୍କ ପ୍ରେମ ସଂପର୍କ ଏତେ ମାତ୍ରାରେ ବଢି ଯାଇଥିଲା କି, ଯାହାର ପ୍ରଭାବ ତାଙ୍କ ବୈବାହିକ ଜୀବନରେ ପଡିଥିଲା ।

ସୂଚନା ମୁତାବକ, ରାଣୀ ଏବଂ ଗୋବିନ୍ଦାଙ୍କ ଦେଖାଚାହାଁ ସିନେମା ‘ହଦ କର ଦି ଆପନେ’ ର ସୁଟିଂ ସମୟରେ ହିଁ ହୋଇଥିଲା । ଏହି ସମୟରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମସଂପର୍କ । ଯେତେବେଳେ ଏହାର ଆଭାସ୍ ସୁନିତାଙ୍କ କାନରେ ପଡିଥିଲା ସେତେବେଳେ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଯାଇଥିଲା । ଆଉ ଏହା ଏତେମାତ୍ରାରେ ବଢିଯାଇଥିଲା କି ଗୋବିନ୍ଦା ରାଣୀଙ୍କ ପାଇଁ ନିଜ ଘର ଛାଡି ତାଙ୍କ ସହ ରହିବାକୁ ଲାଗିଥିଲେ । କିନ୍ତୁ ରାଣୀଙ୍କ ପରିବାର ଲୋକେ ଏହାରୁ ସ୍ୱୀକାର କରି ନଥିଲେ । କିନ୍ତୁ ଯେତେବେଳେ ସୁନିତା ଗୋବିନ୍ଦାଙ୍କୁ ଛାଡିବାକୁ ନିଷ୍ପତି ନେଇଥିଲେ ସେତେବେଳେ ଗୋବିନ୍ଦାଙ୍କ ଚେତା ପଶିଥିଲା ଆଉ ସେ ତାଙ୍କ ଭୂଲ ବୁଝିପାରିଥିଲେ । ତେବେ, ବର୍ତ୍ତମାନ ଗୋବିନ୍ଦାଙ୍କ ବୈବାହିତ ଜୀବନ ଖୁବ୍ ଭଲରେ କଟୁଛି ।