ଶିଳ୍ପା ସେଠୀ କଲେ ମହାଖୁଲାସା ! କହିଲେ ‘ଅକ୍ଷୟ କୁମାର ମୋର ବ୍ୟବହାର କରିଛନ୍ତି, ମୋତେ ଧୋକ୍କା ଦେଇଛନ୍ତି’

126

ଅକ୍ଷୟ କୁମାରଙ୍କ ଲଭ ଲାଇଫ୍ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଅକ୍ଷୟ କୁମାରଙ୍କ ନାଁ କେତେବେଳେ ରବିନାଙ୍କ ସହ ଯୋଡି ହୋଇଥିଲା ତ ପୁଣି କେତେବେଳେ ପ୍ରିୟଙ୍କାଙ୍କ ସହ । କିନ୍ତୁ ଅକ୍ଷୟଙ୍କ ନାଁ ଯଦି ବେଶୀ କାହା ନାଁ ସହ ଶୁଣିବାକୁ ମିଳିଥାଏ ତେବେ ସେ ହେଲେ ଶିଳ୍ପା ସେଠୀ । ଦୁହେଁ ଦୀର୍ଘଦିନ ଧରି ଏକାଠି ରହିଆସିଥିଲେ । କିନ୍ତୁ ଶିଳ୍ପାଙ୍କ ଆଶା ସେତେବେଳେ ଭାଙ୍ଗି ଯାଇଥିଲା ଯେତେବେଳେ ସେ ଜାଣିବାକୁ ପାଇଥିଲେ ଅକ୍ଷୟ କୁମାର ତାଙ୍କୁ ଧୋକ୍କା ଦେଉଛନ୍ତି ବୋଲି ।

ସୂଚନା ମୁତାବକ, ୨୦୦୦ରେ ଶିଳ୍ପା ଏକ ସାକ୍ଷାତକାରରେ ଦେଇଥିବା ଏହି ବୟାନ ଏବେ ସାମ୍ନାକୁ ଆସିଛି । ଏହି ସମୟରେ ଶିଳ୍ପା ଅକ୍ଷୟ କୁମାରଙ୍କୁ ଆକ୍ଷେପ କରି ଏହିସବୁ ପ୍ରସଂଗର ଖୁଲାସା କରିଥିଲେ । ଆଉ ଅକ୍ଷୟ କୁମାର ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ଶିଳ୍ପା କହିଥିଲେ କି ଅକ୍ଷୟ କୁମାର ମିଛ ପ୍ରେମର ଆଶ୍ରୟ ନେଇ ତାଙ୍କ ସହ ଛଳନା କରିଥିଲେ । ଏବଂ ତାଙ୍କ ବନ୍ଧୁ ଟ୍ୱୁଙ୍କିଲ ଖନ୍ନାଙ୍କୁ ବିବାହ ମଧ୍ୟ କରିଦେଇଥିଲେ । ଯାହା ତାଙ୍କ ମନକୁ ବହୁତ ବାଧି ଥିଲା ।

ତେବେ ଆଜିକା ଦିନରେ ଅକ୍ଷୟ କୁମାର ଟ୍ୱୁଙ୍କିଲ ଖନ୍ନାଙ୍କ ସହ ଏବଂ ଶିଳ୍ପା ରାଜ କୁନ୍ଦ୍ରାଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି । ମାତ୍ର ଏକ ସମୟରେ ଦୁହେଁ ଥିଲେ ପ୍ରେମୀଯୁଗଳ । ଶିଳ୍ପା ଆହୁରୀ ମଧ୍ୟ କହିଥିଲେ, ‘ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଅକ୍ଷୟ ତାଙ୍କୁ ଧୋକ୍କା ଦେଉଛନ୍ତି ସେତେବେଳେ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ । ଆଉ ଏହି ମୁହୂର୍ତ୍ତ ତାଙ୍କ ୁପାଇଁ ବହୁତ କଷ୍ଠ ଦେଇ ଥିଲା । ଯଦିଓ ବର୍ତ୍ତମାନ ଦିନରେ ମୋର ପ୍ରଫେସନାଲ ଜୀବନ ବହୁତ ଭଲ ଚାଲିଛି ମାତ୍ର ମୋର ବ୍ୟକ୍ତିଗତ ଜୀବନ ମୋତେ ତଳକୁ ତଳ ନେଇ ଯାଉଛି । ଆଉ ଏବେ ମୋତେ ଖୁସି ଲାଗୁଛି କି ମୁଁ ଜିତି ଯାଇଛି ।’