ହିଟ୍ ସିନେମା କଲା ପରେ ବି ଏହି ନାୟକଙ୍କ ପାଖରେ ନାହିଁ କାମ ! ଶେଷରେ ପତ୍ନୀ ବି ଆଣିଲେ ଗେ’ ଅଭିଯୋଗ

70

‘ଷ୍ଟାଇଲ’ ସିନେମା ବିଷୟରେ ଆପଣଙ୍କର ପ୍ରାୟତଃ ମନେଥିବ ନିଶ୍ଚୟ ! ତେବେ ସିନେମାଟିରେ ନଜର ଆସିଥିବା ଦୁଇ ନାୟକ ତଥା ସଲମନ ଯୋଶୀ ଏବଂ ସାହିଲ ଖାନଙ୍କ ଦମଦାର ଏଂଟ୍ରି ଓ ଅଭିନୟ ସିନେମାଟିକୁ କରି ଦେଇଥିଲା ହିଟ୍ । ଏହି ସିନେମା ପରେ ପରେ ସଲମନ ନିଜ କ୍ୟାରିୟରରେ ଆଗକୁ ବଢି ଚାଲିଥିଲେ ମାତ୍ର ସାହିଲ ରହି ଯାଇଥିଲେ ପଛରେ । ଯଦିଓ ବଲିଉଡରେ ସାହିଲଙ୍କର ପ୍ରଦର୍ଶନ ପ୍ରଥମେ ଖୁବ୍ ଭଲ ଥିଲା କିନ୍ତୁ ବେଶୀ ସମୟ ପାଇଁ ତାଙ୍କର ଜଲୱା ତିଷ୍ଠି ରହି ନଥିଲା ।

ତେବେ ସାହିଲ ଖାନ ଏବେ କେଉଁଠି ଆଉ କଣ କରୁଛନ୍ତି ସେ ବିଷୟରେ ଆପଣ ଜାଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ, ସାହିଲ ‘ଷ୍ଟାଇଲ’ ସିନେମା ପରେ ପରେ ଅନ୍ୟ ୪ଟି ସିନେମା ମଧ୍ୟ କରିଥିଲେ । ତେବେ ସେଗୁଡିକ ଫ୍ଲପ୍ ହେବା କାରଣରୁ ତାଙ୍କୁ ସିନେମା ମିଳିବା ବନ୍ଦ ହୋଇଗଲା । କୌଣସି କାମ ନ ମିଳିବାରୁ ସାହିଲ ନିଜର ଏକ ଛୋଟ ଜିମ୍ ସେଂଟର ଖୋଲି ତାକୁ ଦେଖାଶୁଣା କରୁଛନ୍ତି ।

ସାହିଲ ୨୦୦୪ରେ ଅଭିନେତ୍ରୀ ନିଗାର ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ତାହା ବେଶୀଦିନ ପାଇଁ ତିଷ୍ଠି ପାରି ନଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ନିଗାର ସାହିଲ ଖାନଙ୍କ ଉପରେ ଗେ’ ହୋଇଥିବାର ଆରୋପ ଲଗାଇଥିଲେ । ସୂଚନା ଅନୁସାରେ, ସାହିଲଙ୍କ ଜଣେ ଯୁୂବକଙ୍କ ସହ କମ୍ପ୍ରୋମାଇଜିଂ ପୋଜିସନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଆଉ ଯାହାକୁ ଲୋକେ ଭାବି ଦେଇଥିଲେ କି ସେ ବାସ୍ତବରେ ଜଣେ ଗେ’ ବୋଲି ।