ହତ୍ୟା ନା ଆତ୍ମହତ୍ୟା ! ଦିବ୍ୟା ଭାରତୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା

140

ଦିବ୍ୟା ଭାରତୀ ଖୁବ୍ କମ ସମୟରେ ଅନେକ ସିନେମାରେ ଅଭନୟ କରି ବେଶ୍ ନାଁ କରିପାରି ଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିବ୍ୟା ମାତ୍ର ୩ ବର୍ଷ ମଧ୍ୟରେ ପାଖାପାଖି ୨୧ଟି ସିନେମାରେ ଅଭିନୟ କରିଥିଲେ । ଯେଉଁଥିରୁ ୧୩ଟି ସିନେମା ବଲିଉଡ ସିନେମା ରହିଥିବାବେଳେ ବାକି ସବୁ ଦକ୍ଷିଣ ଭାରତୀୟ ସିନେମା ଥିଲା ।

ଦିବ୍ୟାଙ୍କ ବିବାହ ୧୯୯୨, ମଇ ୧୦ରେ ପ୍ରଯୋଜକ ସାଜିଦ୍ ନାଡିୟାଡବାଲାଙ୍କ ସହ ହୋଇଥିଲା । ମାତ୍ର ଏକ ଦୁର୍ଘଟଣାରେ ସେ ଭଗବାନଙ୍କ ପାଖକୁ ଚାଲିଗଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା ଦୁର୍ଘଟଣା ଥିଲା ନା ହତ୍ୟା ? ଯଦି ଆତ୍ମହତ୍ୟା ଥିଲା ତେବେ ଯେଉଁ କୋଠାରୁ ଦିବ୍ୟା ପଡିଥିଲେ ସେଠାରେ ସେ କଣ କରୁଥିଲେ ? ଯଦି କିଛି କରୁଥିଲେ ତେବେ ଏତେ ଉଚ୍ଚା କୋଠା ଉପରୁ ତଳକୁ କାହିଁକି ଝାଙ୍କୁ ଥିଲେ ? କିଛି ଲୋକ ଏହାକୁ ଆତ୍ମହତ୍ୟାର ନାଁ ଦେଉଥିବାବେଳେ ଆଉ କିଛି ଲୋକ ଏହାକୁ ଏକ ଯୋଜନାବଦ୍ଧ ତଥା ସୁକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ।

ତାରିଖ ୫ ଏପ୍ରିଲ, ୧୯୯୩ । ସ୍ଥାନ- ପ୍ଲଟ ନଂ ୫, ତୁଳସୀ ଆପାର୍ଟମେଂଟ ମୁମ୍ବାଇ । ଯେଉଁଦିନ ଦିବ୍ୟାଙ୍କର ମୃତ୍ୟୁ ହୋଇଥିଲା ସେ ଦିନ ସେ ଚେନ୍ନାଇରୁ ଏକ ସିନେମା ସୁଟିଂ ସାରି ଫେରିଥିଲେ । ଦିବ୍ୟାଙ୍କୁ ତୁରନ୍ତ ଅନ୍ୟ ଏକ ସିନେମାର ସୁଟିଂ ପାଇ ହାଇଦ୍ରାବାଦ ଯିବାର ଥିଲା । କିନ୍ତୁ ସେ ଦିନ ଦିବ୍ୟା ଏକ ଆପାର୍ଟମେଂଟ ପାଇଁ ଏକ ଡିଲ ସାଇନ୍ କରିଥିଲେ । ଏହି ଚକ୍କରରେ ଦିବ୍ୟା ତାଙ୍କ ସୁଟିଂକୁ କ୍ୟାନସେଲ କରି ଆପାର୍ଟମେଂଟ ଦେଖିବାକୁ ବାହାରି ପଡିଥିଲେ ।

ଦିବ୍ୟା ଯେଉଁ ଆପାର୍ଟମେଂଟରେ ରହୁଥିଲେ ସେଇଟା ତାଙ୍କ ନାଁରେ ନଥିଲା । ସେଦିନ ତାଙ୍କ ବାନ୍ଧବୀ ନିତା ଲୁଲ୍ଲା ଏବଂ ତାଙ୍କ ସ୍ୱାମୀ ଶ୍ୟାମ ଲୁଲ୍ଲାଙ୍କ ସହ ଏକ ପାର୍ଟି ପାଇଁ ଉକ୍ତ ଆପାର୍ଟମେଂଟକୁ ଡାକିଥିଲେ । ଯେତେବେଳେ ପାର୍ଟି ଆରମ୍ଭ ହୋଇଥିଲା ସେତେବେଳେ ରାତି ପାଖାପାଖି ୧୦ଟା ହୋଇଯାଇଥିଲା । ଏହି ସମୟରେ ଦିବ୍ୟାଙ୍କ କେୟାର ଟେକର ଆସି ପହଂଚିଥିଲେ । ଦିବ୍ୟାଙ୍କ ସହ କଥା ହୋଇ ସେ ରୋଷେଇ ଘରୁକୁ ପଳାଇ ଯାଇଥିଲେ ଏବଂ ଦିବ୍ୟା ବାଲକୋନୀକୁ । ଏହି ସମୟରେ ତାଙ୍କ ବନ୍ଧୁମାନେ ସାଜିଦଙ୍କ ସହ ମିଶି ଟିଭି ଦେଖୁଥିଲେ ।

ଦିବ୍ୟା କିଛି ସମୟ ସେଠାରେ ଥିବା ଏକ ଖୋଲା ଝରକାରେ ବସି ଥିଲେ ଆଉ ଯେତେବେଳେ ସେ ରୁମକୁ ଆସିବାକୁ ପ୍ରୟାସ କରିଥିଲେ ସେତେବେଳେ ତାଙ୍କ ଗୋଡ ଖସି ଯାଇଥିଲା ଆଉ ସେ ଆପାର୍ଟମେଂଟରୁ ତଳକୁ ଖସି ପଡିଥିଲେ । ଯେଉଁଠି ଦିବ୍ୟା ପଡିଥିଲେ ସେଠାରେ କେବଳ କଂକ୍ରିଟର ଚଟାଣ ହିଁ ଥିଲା । କିନ୍ତୁ ସେତେବେଳେବି ଦିବ୍ୟା ମରି ନଥିଲେ ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ହିଁ ଦିବ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।