ନିଜ ଭଉଣୀ ସହିତ ଅକ୍ଷୟ କୁମାର ଏହି ସିନେମାରେ କରିଥିଲେ ରୋମାନ୍ସ ! ଏହି କାରଣରୁ ଅଭିନୟ ଜଗତରୁ ନେଇ ଗଲେ ସନ୍ୟାସ

49

୯୦ ଦଶକର ନାୟିକା ଫରହିନ କିଛି ସିନେମାରେ ନିଜର ଛାପ ଛାଡି ସବୁଦିନ ପାଇଁ ବଲିଉଡ୍ ଜଗତର ସନ୍ୟାସ ନେଇଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି, ତାଙ୍କ ସହ ଏଭଳି କଣ ଘଟିଥିଲା କି ସେ ହଠାତ୍ ଏଭଳି ଏକ ନିଷ୍ପତି ନେବାକୁ ସ୍ଥିର କରିିଥିଲେ ।

ଫରହିନ ୧୯୯୨ରେ ସିନେମା ‘ଜାନ୍ ତେରେ ନାମ’ ଜରିଆରେ ବଲିଉଡ ଜଗତରେ ପାଦ ଦେଇଥିଲେ । ଯେଉଁଥିରେ ତାଙ୍କ ସହିତ ରୋନିତ୍ ରୟଙ୍କ ଜବରଦସ୍ତ ଅଭିନୟ ସିନେମାକୁ କରିଦେଇଥିଲା ଆହୁରୀ ସୁପରହିଟ୍ । ଏହାପରେ ସେ ସିନେମା ‘ସୈନିକ’ରେ ଅକ୍ଷୟ କୁମାରଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଏ ହେଉଛି ଅଭିନୟ ଜଗତ ଯେଉଁଥିରେ କିଏ କେତେବେଳେ କେଉଁ ସଂପର୍କ ଭୂମିକା ନଜର ଆସନ୍ତି ତାକୁ କେହି କହି ପାରିବେ ନାହିଁ । କାରଣ ସିନେମା ‘ସୈନିକ’ରେ ଅକ୍ଷୟଙ୍କ ଭଉଣୀ ସାଜିଥିବା ଫରହିନ ସିନେମା ‘ନଜର କି ସାମନେ’ରେ ଅକ୍ଷୟଙ୍କ ସହିତ ରୋମାନ୍ସ କରିଥିବାର ନଜର ଆସିଥିଲେ ।

କିନ୍ତୁ ସେ ହଠାତ୍ ଅଭିନୟ ଦୁନିଆରୁ ଦୁରେଇ ଯାଇଥିଲେ, ଯାହାର ମୁଖ୍ୟ କାରଣ ଥିଲା ତାଙ୍କ ବିବାହ । ତେବେ ୧୯୯୭ରେ ଫରହିନ କ୍ରିକେଟର ମନୋଜ ପ୍ରଭାକରଙ୍କୁ ବିବାହ କରିଥିଲେ । ଖବର ଅନୁସାରେ, ସିନେମା ନିର୍ଦ୍ଦେଶକ ଦୀପକ ବଳରାଜ୍ ସିଂହ ‘ଜାନ୍ ତେରେ ନାମ’ ସିନେମାର ସିକ୍ୱଲ ପାଇଁ ଫରହିନଙ୍କୁ ଅଫର ଦେଇଥିଲେ ମାତ୍ର ସେ ମନା କରିଦେଇଥିଲେ କି ସେ ମାଆ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି । ଫରହିନ ଏବେ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ଦୀର୍ଘ ୧୮ ବର୍ଷ ଧରି ବ୍ୟବସାୟ ଚଲାଇ ଆସୁଛନ୍ତି ଯାହା ହର୍ବଲ ସ୍କ୍ରିନ୍ କେୟାର ପ୍ରଡକସନର ବ୍ୟବସାୟ ଅଟେ ।

ତେବେ ବିବାହ ପୂର୍ବରୁ ଉଭୟ ଲିଭ୍ ଇନ୍ ରିଲେସନରେ ପାଖାପାଖି ୬ ବର୍ଷ କାଳ ରହିଥିଲେ । ଯେଉଁଥିପାଇଁ କି ମନୋଜ ପ୍ରଭାକର ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହେବାର କାରଣ ଥିଲେ । ପରେ ମନୋଜ ଏବଂ ଫରହିନ କାହାକୁ ନଜଣାଇ ଲୁଚି ବିବାହ କରିଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ ଝଟକା ଲାଗିଥିଲା ।