ଆତ୍ମହତ୍ୟା ଉଦ୍ୟମ କରିଥିଲେ ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କ ପତ୍ନୀ

Advertisment
ଆତ୍ମହତ୍ୟା ଉଦ୍ୟମ କରିଥିଲେ ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କ ପତ୍ନୀ

Source: theindependentbd.com

ବଲିଉଡ ଜଗତର ଜଣାଶୁଣା ଗାୟକ କୈଳାଶ ଖେରଙ୍କର ପତ୍ନୀ ଶୀତଲ ଭାନ ଏବେ ଚର୍ଚ୍ଚାରେ । ତେବେ ଶୀତଲ ନିଜର କୌଣସି ଲେଖାକୁ ନୁହେଁ ବରଂ ନିଜ ଜୀବନରେ ନେଇଥିବା ଏକ କଠୋର ନିଷ୍ପତ୍ତିକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଉ କଠୋର ନିଷ୍ପତ୍ତି ହେଉଛି ଆତ୍ମହତ୍ୟା । ଏବେ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠିଥିବ କି ଜଣେ ବିଖ୍ୟାତ କଳାକାରଙ୍କର ପତ୍ନୀ ହୋଇବି ଶୀତଲଙ୍କର ଏଭଳି ନିଷ୍ପତ୍ତି ନେବା ପଛରେ କାରଣ କଣ ଥାଇପାରେ ? ଏଠାରେ ଆମେ କହି ରଖୁଛୁ କି, ଶୀତଲଙ୍କର ଏହି ନିଷ୍ପତ୍ତି ଏବେକାର ନୁହେଁ, ବରଂ ଯେତେବେଳେ ସେ ୧୫ ବର୍ଷ ବୟସର ଥିଲେ ସେତେବେଳେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ କାହିଁକି ? ପଢନ୍ତୁ ଏହି ରିପୋର୍ଟ ।

publive-imageସୂଚନା ମୁତାବକ, ଶୀତଲ ପେଶାରେ ଜଣେ ଲେଖିକା ଅଟନ୍ତି ଏବଂ ମୁମ୍ବାଇରେ ରୁହନ୍ତି । ୮ ବର୍ଷ ପୂର୍ବରୁ ତାଙ୍କର ବିବାହ କୈଳାସ ଖେରଙ୍କ ସହିତ ହୋଇଥିଲା । ଶୀତଲ ଭାନ ହିନ୍ଦୁସ୍ତାନ ଟାଇମ୍ସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଶୀଲତଙ୍କ ଭଳି ଜଣେ ଶିକ୍ଷିତ ମହିଳା ଯେ କେବେ ଏଭଳି ନିଷ୍ପତ୍ତି ଉଠାଇ ପାରିଥିବେ ତାହା କହିବା ସତରେ ସମିଚୀନ ନୁହେଁ । ନିକଟରେ ଏକ ସାକ୍ଷାତକାରରେ ସାମିଲ ହୋଇ ଶୀତଲ ନିଜର ସେହି କଳା ମୁହୂର୍ତ୍ତକୁ ସେୟାର କରିଥିଲେ ଯାହାକୁ ସେ ନିଜ ମନତଳେ ଚାପି ରଖିଥିଲେ । ଶୀତଲ କହିଥିଲେ କି, ଯେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ସହିତ ଯୌନ ଶୋଷଣ ହୋଇଥିଲା । ଆଉ ସେହି ସମୟ ଶୀତଲଙ୍କ ପାଇଁ ବହୁତ ଭୟଙ୍କର ଦିନ ଥିଲା ।

publive-imageଶୀତଲ କହିଥିଲେ, ମୋ ସହିତ ପିଲାଦିନେ ଯୌନ ଶୋଷଣ ହୋଇଥିଲା, ବଡ ଦୁର୍ଭାଗ୍ୟର କଥା ହେଲା କି ମୁଁ ଏହି କଥା ମୋ ପରିବାର ଲୋକଙ୍କୁ କହିପାରୁନଥିଲେ କାରଣ ଏସଂପର୍କରେ ଆଲୋଚନା କରିବା ଆମ ପରଂପରାରେ ନଥିଲା । ଏହି ସମୟରେ ମୁଁ ଏଭଳି ଯନ୍ତ୍ରଣା ଦେଇ ଗତି କରୁଥିଲି କି ମୋ ମନରେ ଆତ୍ମହତ୍ୟା କରିବାର ବିଚାର ଆସିବାରେ ଲାଗିଥିଲା । ସମସ୍ୟା ଥିଲା କି ଆମ ସମାଜରେ ଏହାକୁ ନେଇ ସ୍ୱରଉଠାଇବାର ପରଂପରା ନଥିଲା । ଯଦି କୌଣସି ଶିଶୁ ଅଚାନକ ଭାବେ ଶାନ୍ତ ପଡିଯାଏ ଆଉ କଥାବାର୍ତ୍ତା ବନ୍ଦ କରିଦିଏ ତେବେ ତାର ପାଠପଢା ପାଇଁ ଆବଶ୍ୟକତା ନାହିଁ ।

ନିଜର ଏହି ଭୟଙ୍କର ଅନୁଭୂତିକୁ କହିବାକୁ ଯାଇ ଶୀତଲ କହିଥିଲେ କି, ମୁଁ ଜୀବନରେ ଗୋଟିଏ ଥର ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲି । ଦ୍ୱିତୀୟଥର ପାଇଁ ଯେତେବେଳେ ମରିବାକୁ ଚେଷ୍ଟା କଲି ସେତେବେଳେ ମୁଁ ଅନୁଭବ କଲିକି ଏହା କେବଳ ନିଜେ ନିଜକୁ କଷ୍ଟ ଦେବା ଭଳି ଅଟେ । ଶୀତଲଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କସହ ଯୌନ ଶୋଷଣ ହୋଇଥିଲା ଆଉ ଯାହାକୁ ଖୋଲି କହିବାକୁ ତାଙ୍କ ପାଖରେ କେହି ନଥିଲେ ଏବଂ ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ସୌଜନ୍ୟ: ଜନସତ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe