‘ମାତୃ’କୁ ଲାଗିଲା ଝଟକା ! ସିନେମା ରିଲିଜକୁ ନେଇ ରୋକ୍ ଲଗାଇଲା ସେନସର୍ ବୋର୍ଡ

‘ମାତୃ’କୁ ଲାଗିଲା ଝଟକା ! ସିନେମା ରିଲିଜକୁ ନେଇ ରୋକ୍ ଲଗାଇଲା ସେନସର୍ ବୋର୍ଡ

Source: Amar Ujala

ବଲିଉଡ୍ ସିନେମା ‘ମାତୃ’କୁ ଲାଗିଲା ସେନସର୍ ବୋର୍ଡର ଝଟକା । ସିନେମାର ସ୍କ୍ରିନିଂ ଆରମ୍ଭ ହେବାର ୧୦ ମିନିଟ୍ ପରେ ହି ସେନସର୍ ବୋର୍ଡ ଅଧିକାରୀମାନେ ଏହାର ସ୍କ୍ରିନିଂ ଛାଡି ବାହାରକୁ ଚାଲିଯାଇଥିଲେ । ସେମାନଙ୍କ ମତରେ ସିନେମାର ଲେଖା ବା କାହାଣୀ ହିସାବରେ ନିର୍ମାତାମାନେ ସିନେମାକୁ ସଠିକ୍ ଭାବେ ଉପସ୍ଥାପନା କରିପାରିନାହାଁନ୍ତି ।

ସିନେମାର ଲେଖା ହିସାବରେ ସେନସର୍ ଅଧିକାରୀମାନେ ଯାହା ଆଶା କରିଥିଲେ ସେମାନେ ସିନେମାରେ ତାହା ଦେଖିବାକୁ ପାଇନଥିଲେ । ଅନ୍ୟପଟେ ‘ମାତୃ’ ସିନେମାର ପ୍ରଯୋଜକ ଅଂଜୁମ୍ ରିଜୱି କହିଛନ୍ତି, କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସେନସର୍ ଏହାର ସ୍କ୍ରିନିଂକୁ ଅଟକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe