ବ୍ଲାକ୍ ବିୟୁଟି ବିପାଶାଙ୍କ ସହ ହଟ୍ ସିନ୍ ଦେଉଥିବା ନାୟକ ଡିନୋ ମୋରିୟା ! ଏବେ ଘରର ଚାକରାଣୀ ବି ପାରୁନାହାଁନ୍ତି ଚିହ୍ନି

56

‘ରାଜ୍’ ସିନେମାରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଥିବା ନାୟକ ଡିନୋ ମୋରିୟାଙ୍କୁ ଆପଣ ଜାଣିଥିବେ ନିଶ୍ଚୟେ । ଡିନୋ ଯଦିଓ ରୂପେଲି ପରଦାରୁ ଦୂରେଇ ଯାଇଛନ୍ତି କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ଯୁବତୀମାନଙ୍କ ହୃଦୟରେ କରୁଥିଲେ ରାଜ୍ । ସିନେମା ‘ରାଜ’ରେ କାମ କରିବା ସମୟରେ ହିଁ ଡିନୋଙ୍କ ବନ୍ଧୁତା ବ୍ଲାକ୍ ବିୟୁଟି ବିପାଶାଙ୍କ ସହ ହୋଇଥିଲା । ଆଉ ଏହାପରେ ଉଭୟଙ୍କୁ ନେଇ ଅନେକ ସମୟରେ ଅନେକ କଥା ଶୁଣିବାକୁ ମଧ୍ୟ ମିଳିଥିଲା ।

ଡିନୋଙ୍କ ପ୍ରଥମ ବଲିଉଡ ସିନେମା ‘ପ୍ୟାର ମେଁ କଭି କଭି’ ଥିଲା । ଏହି ସିନେମାରେ ସେ ରିଙ୍କି ଖନ୍ନାଙ୍କ ସହ ନଜର ଆସିଥିଲେ । ସିନେମା ଜଗତରୁ ଆସିବା ପୂର୍ବରୁ ସେ ଟଙ୍କା ଏବଂ ସଉକ ପାଇଁ ମଡଲିଂ ମଧ୍ୟ କରୁଥିଲେ । ତେବେ ଡିନୋ ମୋରିୟା ସିନେମା ‘ରାଜ୍’ ପରେ ପରେ ମଧ୍ୟ ଅନେକ ସିନେମା କରିଥିଲେ ମାତ୍ର ସେଗୁଡିକ ବକ୍ସ ଅଫିସରେ ନାଁ କମାଇବାରେ ଅସଫଳ ହୋଇଥିଲା । ଯେତେବେଳେ ତାଙ୍କ ସିନେମାର ଯାଦୁ ଫିକା ପଡିଗଲା ସେତେବେଳେ ସେ ରିୟଲିଟି ଶୋ’ କରିବା ଆରମ୍ଭ କରିଦେଲେ । ୨୦୧୦ରେ ସେ ‘ଖତରୋ କେ ଖିଲାଡି’ର ୱିନର ମଧ୍ୟ ହୋଇଥିଲେ ।

ସେପଟେ ସିନେମାରେ ତାଙ୍କର ବାରମ୍ବାର ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା । ତେବେ ବର୍ତ୍ତମାନ ସେ ନିଜର ଏକ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ଏକ ମିଡିଆ ରିପୋର୍ଟ ଅନୁସାରେ ଏକଥା ମଧ୍ୟ ଶୁଣିବାକୁ ମିଳିଛି କି ଡିନୋଙ୍କ ଘରେ କାମ କରୁଥିବା କାମବାଲୀକୁ ମଧ୍ୟ ଜଣା ନାହିଁ କି ସେ ଜଣେ ଅଭିନେତା ଥିଲେ ବୋଲି ।