ଦଙ୍ଗଲ ଗାର୍ଲଙ୍କୁ ଅସଦାଚରଣ । ଦଙ୍ଗଲରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିବା ଜାୟରା ୱାସିମଙ୍କୁ ବିମାନରେ ଜଣେ ଯାତ୍ରୀ ଅସଦାଚରଣ କରିଥିବାର ଜାୟରା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଏୟାର ଭିସ୍ତାରାରେ ଦିଲୀରୁ ମୁମ୍ବାଇ ଯାଉଥିବାବେଳେ ଜଣେ ଯାତ୍ରୀ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ ।
ତେବେ ଏହାକୁ ନେଇ ଜାୟରା ବିମାନ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଆଉ ଏହାକୁ ଜାୟରା ଦୃଢ ପ୍ରତିବାଦ କରିବା ସହ ଇଂଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଘଟଣା ପରେ ଜାୟରା ମୁମ୍ବାଇ ବିମାନବନ୍ଦରରେ ଲାଇଭ ଭିଡିଓରେ କାନ୍ଦିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଜାୟରା କହିଛନ୍ତି ବିମାନରେ ଅନ୍ୟ ଯାତ୍ରୀମାନେ ଥିଲେ ବି କେହି ବି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/zaira-wasim_650x400_61484564158-1484569892-800.jpg)