କମେଡି ଦୁନିଆର କିମ୍ବଦନ୍ତୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଲାଲ୍ଲୀ’ ଓରଫ୍ ଭାରତୀ ସିଂହ ଜୀବନ ଥିଲା ସଂଘର୍ଷମୟ । ସଫଳତାର ଶୀର୍ଷରେ ପହଂଚିବାକୁ ଭାରତୀଙ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ କଠିନତା । ବହୁତ କମ୍ ବୟସରୁ ହିଁ ଭାରତୀ ତାଙ୍କ ବାପାଙ୍କୁ ହରାଇ ବସିଥିଲେ । ଯାହାପରେ ଭାରତୀଙ୍କ ଉପରେ ଖସି ପଡିଥିଲା ଦୁଃଖର ପାହାଡ । କାରଣ ଭାରତୀଙ୍କ ପାଇଁ ରହିଥିଲା ଗୋଟିଏ ପଟରେ ପାରିବାରିକ ସମସ୍ୟା ଓ ଅନ୍ୟପଟେ ମୋଟାପଣର ସମସ୍ୟା ।
ଭାରତୀ ଏକ ସାକ୍ଷାତକାରରେ କହିଛନ୍ତି, ‘ଜଣେ କମେଡିଆନ୍ ମଂଚ ଉପରେ ଯେତେବି ହସି ଥାଏ ଓ ଅନ୍ୟକୁ ହସାଇଥାଏ କିନ୍ତୁ ଏକଥା ସତ୍ୟ ଅଟେ କି ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ତଥା ଦୁଃଖ ରହିଥାଏ । ସବୁକିଛି ଭୂଲି ଆମକୁ ମଂଚ ଉପରକୁ ଚଢିବାକୁ ପଡିଥାଏ’ ।
ତେବେ କେଲଜ ଟାଇମରେ ପିସ୍ତଲ୍ ସୁଟିଂ ଏବଂ ତୀରନ୍ଦାଜରେ ସୁନା ପଦକ ବିଜେତା ଭାବେ ରହିଆସିଥିବା ଭାରତୀଙ୍କୁ ଅର୍ଥାଭାବ ଏବଂ ପାରିବାରିକ ସମସ୍ୟା କାରଣରୁ ନିଜର ଇଚ୍ଛାକୁ ଅଧାରେ ଛାଡିବାକୁ ପଡିଥିଲା । ଖାଦ୍ୟ ପ୍ରତି ରୁଚି ରଖୁଥିବା ଭାରତୀଙ୍କୁ ତାଙ୍କ ମାଆଙ୍କ ହାତ ତିଆରି ଆଳୁ ଓ କୋବି ପରଠା ବହୁତ ପସନ୍ଦ ।
ଭାରତୀଙ୍କ ମତରେ, ଆଜି ସେ ଯେଉଁ ସ୍ଥାନରେ ପହଂଚିଛନ୍ତି ତାହା କେବଳ ତାଙ୍କ ମୋଟାପଣ ଏବଂ ମାଆଙ୍କ କାରଣ ପାଇଁ ସମ୍ଭବ ହୋଇପାରିଛି । ଏହି ମୋଟାପଣ ଯୋଗୁଁ ହିଁ ସେ ଅମିତାଭ ବଚ୍ଚନ, ସଲମାନ ଏବଂ ଶାହରୁଖ ଖାନଙ୍କ ଭଳି ସୁପରଷ୍ଟାରଙ୍କ ସହ ଫ୍ଲର୍ଟ କରିପାରନ୍ତି ।
ଖାଲି ସେତିକି ନୁହେଁ ଭାରତୀ ନିଜର ସଫଳତାର ଶ୍ରେୟ ନିଜର ମୋଟାପଣକୁ ହିଁ ଦିଅନ୍ତି । ନିଜର ମୋଟାପଣ, ଦକ୍ଷତା ଏବଂ ମାଆଙ୍କୁ ଭାରତୀ ନିଜ ସଫଳତାର କାରଣ ମାନନ୍ତି । ତେବେ ଅଧିକାଂଶ ସମୟରେ ନିଜର ମୋଟାପଣ କାରଣରୁ ହୀନ ଭାବନାର ଶିକାର ହେଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭାରତୀ ଜଣେ ମିଶାଲ୍ ଅଟନ୍ତି ।
ସୌଜନ୍ୟ: ଅମର ଉଜାଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/Bharati-singh.jpg)