ସଫଳ ଅଭିନେତାଙ୍କ ଅସଫଳ ସନ୍ତାନ ! ସିନେମା ଜଗତରେ ନିଜ ବାପାଙ୍କ ଭଳି ନାଁ କମାଇବାରେ ବିଫଳ ହୋଇଛନ୍ତି ଏହି ନାୟକମାନେ

Advertisment
ସଫଳ ଅଭିନେତାଙ୍କ ଅସଫଳ ସନ୍ତାନ ! ସିନେମା ଜଗତରେ ନିଜ ବାପାଙ୍କ ଭଳି ନାଁ କମାଇବାରେ ବିଫଳ ହୋଇଛନ୍ତି ଏହି ନାୟକମାନେ

ଯେବେ କଥା ଉଠେ ବଲିଉଡର ଆଉ ସେ ପୁଣି କିଛି ନାମୀଦାମୀ କଳାକାରଙ୍କ ପିଲାଙ୍କ ସଂପର୍କରେ, ଯେଉଁମାନେ କି ସିନେମା ଜଗତରେ ନିଜ ବାପାଙ୍କ ଭଳି ନାଁ କମାଇବାରେ ବିଫଳ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପ୍ରଥମେ ଦୁଇ ଜଣ ଅଭିନେତାଙ୍କ କଥା ଉଠିଥାଏ । ସେ ହେଲେ ଉଦୟ ଚୋପ୍ରା ଏବଂ ଆଭିଷେକ ବଚ୍ଚନ । ଯଦିଓ ଅଭିଷେକ ଅନେକ ହିଟ୍ ସିନେମା କରିଛନ୍ତି ମାତ୍ର ବାପାଙ୍କ ଭଳି ସୁପରଷ୍ଟାର ହେବା ବିଫଳ ହୋଇଛନ୍ତି । ତେବେ ବର୍ତ୍ତମାନ ଏହି ତାଲିକାରେ ଯୋଡି ହୋଇଯାଇଛି ଅନେକ ନୂଆ ଚେହେରା । ଯେଉଁମାନେ କି ସିନେମା ସହ ଜଡିତ ଥିଲେ ମଧ୍ୟ ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ହୋଇଛନ୍ତି ବିଫଳ । ଆସନ୍ତୁ ସେମାନଙ୍କ ଉପରେ ଟିକେ ନଜର ପକାଇବା ।

ମିଥୁନ ଚକ୍ରବତୀଙ୍କ ବିଷୟରେ କିଏ ନ ଜାଣନ୍ତି । ନିଜ ଦମଦାର୍ ଅଭିନୟ ପ୍ରତିଭା ବଳରେ ସେ ସମସ୍ତଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ତାଙ୍କ ଭଳି ତାଙ୍କ ପୁଅ ମିମୋହ ଚଳ୍ରବତୀ ଜଣେ ସଫଳ ଅଭିନେତା ହେବାରେ ଅସଫଳ ହୋଇଛନ୍ତି । ତାଙ୍କର ପ୍ରଥମ ସିନେମା ‘ଜିମ୍ମୀ’ ବକ୍ସ ଅଫିସରେ ଖାତା ବି ଖୋଲି ପାରି ନଥିଲା । ଖାଲି ସେତିକି ନୁହେଁ ତାଙ୍କର ପରବର୍ତ୍ତୀ ସିନେମା ମଧ୍ୟ ବକ୍ସ ଅଫିସରେ ଫେଲ ମାରିଥିଲା । ଏବେ ତାଙ୍କ ପାଖରେ କୌଣସି ସିନେମା ନାହିଁ ।

ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର ମଧ୍ୟ ଏହି ତାଲିକାରେ ରହିଛନ୍ତିି । ଗୋଟେ ପଟେ ଯେଉଁଠି ବାପା ଅନୁପମ ଓ ତାଙ୍କ ପତ୍ନୀ କିରନ ଖେର ବଲିଉଡ ଜଗତରେ ଅନେକ ଲୋକପ୍ରିୟତା ଲାଭ କରିପାରିଛନ୍ତି । ସେହିପରି ଅନ୍ୟପଟେ ତାଙ୍କ ପୁଅ ସିକନ୍ଦର ଏହି ମାମଲାରେ ଲକି ସାବ୍ୟସ୍ତ କରିପାରି ନାହାଁନ୍ତି । ପ୍ରଥମ ସିନେମାରେ ହିଁ ତାଙ୍କର ବିଫଳତା ଦେଖାଦେଇଥିଲା ଏବଂ ପରେ ମଧ୍ୟ ସେଭଳି ଫଳାଫଳ ରହିଛି ।

ଗିରିଶ ତୌରାନିଙ୍କୁ ଏକ ଦମଦାର ଡେବ୍ୟୁ ପାଇଁ ତାଙ୍କ ବାପା ତାଙ୍କୁ ଶ୍ରୁତି ହାସନ ଭଳି ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ସିନେମା କରିବାକୁ ସୁଯୋଗ ଦେଇଥିଲେ ମାତ୍ର ଗିରିଶଙ୍କ ଅଭିନୀତ ‘ରମୈୟା ବସ୍ତାଭୈୟା’ ସିନେମାଟି ବକ୍ସ ଅଫିସରେ ହୋଇଥିଲା ଫ୍ଲପ । ଆଉ ତାଙ୍କର ଅନ୍ୟ ସିନେମା ‘ଲବଶୁଦା’ ମଧ୍ୟ ଫ୍ଲପ ହୋଇଥିଲା ।

ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନାଙ୍କ କୌଣସି ସିନେମା ଆପଣଙ୍କର ବୋଧେ ମନେ ନ ଥିବ । କାରଣ ଲବ ସିହ୍ନା ୨୦୧୦ରେ ‘ସଦିୟା’ ନାମକ ଏକ ସିନେମା କରିଥିଲେ । ଆଉ ଯାହା ଫ୍ଲପ ହୋଇଥିଲା । ଏବେ ତାଙ୍କ ପାଖରେ କୌଣସି ବି ସିନେମା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe