ଦିନେ ସୁପରହିଟ୍ ଫିଲ୍ମକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ବବି ଦେୱାଲଙ୍କର ସିନେମା ଏବେ ଦର୍ଶକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । କାରଣ ଶେଷ ଥର ବବିଙ୍କୁ ସିନେମା ‘ପୋଷ୍ଟର ବଏଜ’ରେ ଦେଖିବାକୁ ମିଳିଥିଲା । ହେଲେ ଫିଲ୍ମଟି ବକ୍ସ ଅଫିସରେ ଏତେଟା କମାଲ କରିପାରି ନଥିଲା । ତେବେ ବହୁ ପ୍ରତୀକ୍ଷା ପରେ ବବିଙ୍କର ଭାଗ୍ୟର ଦ୍ୱାର ଏବେ ଖୋଲିଥିବା ଜଣାପଡିଛି । କାହିଁକି ନା ବବିଙ୍କୁ ଏବେ ପୁଣିଥରେ ସିନେମାରେ ଦେଖିବାକୁ ପାଇବେ ଦର୍ଶକେ ।
ଖବର ମୁତାବକ, ବବିଙ୍କୁ ମିଳିଛି ଏକ ହାଇ ବଜେଟର ସିନେମା । ଯାହାକୁ ସଲମାନ ଖାନ ତାଙ୍କର ଆଗାମୀ ସିନେମା ‘ରେସ-ଥ୍ରି’ ପାଇଁ ଚୟନ କରିଛନ୍ତି । ତେବେ ନିଶ୍ଚିତ ଭାବରେ କୁହାଯାଇପାରେ କି ଏତେ ବଡ଼ ଫିଲ୍ମ ଅଫର ମିଳିବା ପରେ ବବିଙ୍କର ଭାଗ୍ୟ ଖୋଲି ଯାଇଛି ବୋଲି ।
ଖାଲି ସେତିକି ନୁହେଁ ଆଗାମୀ ଦିନରେ ବବିଙ୍କର ଦୁଇଟି ଜବରଦସ୍ତ ସିନେମା ପରଦାକୁ ଆସିବାକୁ ଯାଉଛି । ତେବେ ‘ରେସ-ଥ୍ରି’ ବ୍ୟତୀତ ବବି ‘ୟମଲା ପଗଲା ଦିୱାନା-ଥ୍ରି’ରେ ବାପା ଧର୍ମେନ୍ଦ୍ର ଏବଂ ଭାଇ ସନିଙ୍କ ସହିତ ନଜର ଆସିବେ । ରେସ-ଥ୍ରି ଏବଂ ୟମଲା ପଗଲା ଦିୱାନାର ପୂର୍ବ ଦୁଇଟି ସିରିଜ ରିଲିଜ ହୋଇସାରିଛି । ରେସ-ଥ୍ରି ମଧ୍ୟ ବି-ଟାଉନରେ ଖୁବ୍ ଧୁମ ମଚାଇଥିଲା । ଆଶା କରାଯାଉଛି କି ବବିଙ୍କର ଆମାଗୀ ସିନେମା ମଧ୍ୟ ବ୍ଲକବଷ୍ଟର ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/9.jpg)