ବିବାହ କରିବେ ଭାରତୀ ! ଡିସେମ୍ବରରେ ହର୍ଷ ଲିମ୍ବୋଚିୟାଙ୍କୁ ବିବାହ କରିବେ କମେଡ଼ି କୁଇନ୍

59

କମେଡି କୁଇନ ଭାରତୀ ପ୍ରଥମେ ନିଜ ସଂପର୍କରେ କହିଥିଲେ କି ‘ମୋ କାମ ହେଉଛି ଲୋକଙ୍କୁ ହସେଇବା ଏବଂ ସେମାନଙ୍କର ମନୋରଂଜନ କରାଇବା’ । ମାତ୍ର ଯେବେ ଜୀବନସାଥୀଙ୍କ କଥା ଉଠିଥିଲା, ସେ କହିଥିଲେ ତାଙ୍କୁ ସରଳ ଶାନ୍ତ ସ୍ୱଭାବର ଜୀବନସାଥୀଟିଏ ହିଁ ଦରକାର, ଯିଏ ତାଙ୍କୁ ବହୁତସାରା ଭଲ ପାଇବା ଦେବ । ତେବେ ସେହି ଶାନ୍ତ ସରଳ ଜୀବନସାଥୀର ସ୍ଥାନ ନେଇପାରିଛନ୍ତି ହର୍ଷ ଲିମ୍ବୋଚିୟା ।

ସୂଚନା ମୁତାବକ, କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ବ୍ୟତୀତ ଛୋଟ ପରଦାର ଆଉ ଦୁଇ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ହେଉଛନ୍ତି ଆଶକା ଗୋରାଡିଆ ଓ ବ୍ରେଂଟ ଗାୱଲ । ଏହି ଦୁଇ ପ୍ରେମୀ ଯୁଗଳ ଡିସେମ୍ବର, ୨୦୧୭ରେ ବିବାହ କରିବେ । ଭାରତୀ ଏବଂ ହର୍ଷ ଗୋଆରେ ବିବାହ କରୁଥିବା ବେଳେ, ଆଶକା ଗୋରାଡିଆ ଓ ବ୍ରେଂଟ ଗାୱଲ ଅହମଦାବାଦରେ ବିବାହ କରିବାକୁ ଯାଉଛନ୍ତି । ଆଶକା ଓ ବ୍ରେଂଟ ୨୦୧୭ ଜୁଲାଇରେ ଭାରତୀୟ ପରମ୍ପରାନୁସାରେ ନିର୍ବନ୍ଧ କରିଥିଲେ ।

ଭାରତୀ କହିଛନ୍ତି ଯେ, ସେ ଏହି ସପ୍ତାହରୁ ହିଁ ଛୁଟି ମନାଇବାକୁ ଚାଲିଯିବେ । ଡିସେମ୍ବରରେ ତାଙ୍କର ବିବାହ ହେବ ଏବଂ ବିବାହର ୨୦-୨୫ଦିନ ପରେ କର୍ମସ୍ଥଳୀକୁ ଫେରି ସେ ଆସିବେ । ତେବେ ୟୁରୋପରେ ତାଙ୍କ ହନିମୁନ ଯିବା ପାଇଁ ସ୍ଥିର କରିଥିବା ଭାରତୀ କହିଛନ୍ତି । ଖାଲି ସେତିକି ନୁହେଁ ଏହି ୨୦-୨୫ଦିନ ସେ ଭିନ୍ନ ଭିନ୍ନ ସହରରେ ବିତାଇବେ ବୋଲି ଭାରତୀ ଇଚ୍ଛା ପ୍ରକାଶ କରିଛନ୍ତି ।