ଭାବିଜୀଙ୍କୁ ଲୁଟିଲା ବିଦେଶୀ ଡ୍ରାଇଭର ! ‘ଭାବିଜୀ ଘର୍ ପର୍ ହେ’ର ନାୟିକା ସୌମ୍ୟା ହେଲେ ଅଘଟଣର ଶିକାର

ଭାବିଜୀଙ୍କୁ ଲୁଟିଲା ବିଦେଶୀ ଡ୍ରାଇଭର ! ‘ଭାବିଜୀ ଘର୍ ପର୍ ହେ’ର ନାୟିକା ସୌମ୍ୟା ହେଲେ ଅଘଟଣର ଶିକାର

Source: http://spiderimg.amarujala.com

ଟେଲିଭିଜନ ଜଗତର ଲୋକପ୍ରିୟ କମେଡ଼ି ଧାରାବାହିକ ‘ଭାବିଜୀ ଘର୍ ପର୍ ହେ’ରେ ଅନୀତା ଭାବି ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ସୌମ୍ୟା ଟଣ୍ଡନ ନିକଟରେ ଏକ ଅଘଟଣର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ସୌମ୍ୟା କିଛି ଦିନ ତଳେ ଇସ୍ତାନବୁଲକୁ ଛୁଟି କଟାଇବାକୁ ଯାଇଥିଲେ । ଯେଉଁଠାରେ ସେ ଏହି ଅଘଟଣର ଶିକାର ହୋଇଛନ୍ତି । ତେବେ ମାମଲାଟି ହେଲା, ସୌମ୍ୟା ସେଠାରେ ଜଣେ ଠକ ଅଟୋ ଚାଳକ ହାବୁଡରେ ପଡିଯାଇଥିଲେ । ଯିଏ କି ତାଙ୍କଠାରୁ ପାଖାପାଖି ୧ ହଜାର ୟୁରୋ ଲୁଟିନେଇଥିଲା ।

ସୌମ୍ୟାଙ୍କ କହିବା କଥା ହେଲା, ଉକ୍ତ ଚାଳକ ଜଣକ ଅଟୋର ମିଟର ଚଳାଇ ନଥିଲା । ଖାଲି ସେତିକି ନୁହେଁ ଚାଳକ ଜଣକ ହଠାତ୍ ତାଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଇଥିଲା । ଆଉ କହିଥିଲା କି, ତା’ର ନମାଜ୍ ସମୟ ହୋଇଗଲାଣି ଏବଂ ଭଡା ଦିଅନ୍ତୁ ବୋଲି । ତା’ କଥା ଶୁଣି ଯେତେବେଳେ ସୌମ୍ୟା ଟଙ୍କା ଦେବାପାଇଁ ନିଜ ପର୍ସ ବାହାର କରିଥିଲେ ସେତେବେଳେ ଚାଳକ ଜଣକ ତାଙ୍କ ପର୍ସ ଭିତରେ ହାତ ପୁରାଇ ଟଙ୍କା ନେଇ ସେଠାରୁ ଖସି ଚାଳି ଯାଇଥିଲା । ତେବେ ସୌମ୍ୟାଙ୍କ ମତରେ ଚାଳକ ଜଣକ ଗଲା ପରେ ସେ ଜାଣିବାକୁ ପାଇଥିଲେ କି ସେ ତାଙ୍କ ପର୍ସରୁ ୧ ହଜାର ୟୁରୋ ଲୁଟି ନେଇଯାଇଛି ବୋଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe