ବାହୁବଳୀକୁ ମାରିଲା କିଏ ? ସିକ୍ରେଟର ଖୁଲାସା କଲେ କଟପ୍ପା

45

ପ୍ରାୟତଃ ସସସ୍ତଙ୍କର ନଜର ରହିଛି ବାହୁବଳୀ: ଦ କନକ୍ଲୁଜନ୍-୨ ଉପରେ । ଯାହା କି ଏପ୍ରିଲ ୨୮ରେ ରିଲିଜ୍ ହେବାକୁ ଯାଉଛି । ତେବେ ଅନ୍ୟପଟେ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ପାଗଳାମୀ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ସିନେମାକୁ ନେଇ ମଧ୍ୟ ଏବେବି ଦର୍ଶକମାନେ ବହୁତ ଦ୍ୱନ୍ଦରେ ଅଛନ୍ତି କି, ବାହୁବଳୀକୁ ବାସ୍ତବରେ କିଏ ମାରିଲା ଓ ଯଦି କଟପ୍ପା ମାରିଛି ତେବେ କାହିଁକି ?

ଯେତେବେଳେ ବାହୁବଳୀ’ର ପ୍ରଥମ ଭାଗଟି ପରଦାକୁ ଆସିଥିଲା ସେତେବେଳେ ସିନେ ଦର୍ଶକମାନେ ଏଥିପାଇଁ ବ୍ୟଥିତ ନ ଥିଲେ କି ସନେମାର କାହାଣୀ କେମିତି ରହିଥିଲା ବରଂ ଏଥିପାଇଁ ବ୍ୟଥିତ ଥିଲେ କି ବାହୁବଳୀକୁ କିଏ ମାରିଲା ! ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ଯଦି ବାହୁବଳୀକୁ କଟପ୍ପା ମାରିଥିଲା ତେବେ କାହିଁକି ? ବର୍ତ୍ତମାନ ଏହାକୁ ଆସିଛି ଏକ ମଜାଦାର ଖବର । ଖବରଟି ହେଲା, ବାହୁବଳୀରେ କଟପ୍ପା ଚରିତ୍ରରେ ଅଭିନୟ କରିଥିବା ସତ୍ୟାରାଜ ଏକ ସାକ୍ଷାତକାରରେ ନିଜର ବୟାନ ଦେଇଥିଲେ କି, ତାଙ୍କୁ ଜଣାଥିଲା କି କଟପ୍ପାର ଚରିତ୍ରଟିକୁ ଲୋକେ ଅଧିକ ପ୍ରଶଂସା କରିବେ । ମାତ୍ର ସେ କେବେ କଳ୍ପନା ମଧ୍ୟ କରିପାରି ନଥିଲେ ତାଙ୍କୁ ଦର୍ଶକେ ଏତେ ମାତ୍ରାରେ ପସନ୍ଦ କରିବେ ବୋଲି ।

ସାକ୍ଷାତକାର ସେ ଆଉ ମଧ୍ୟ କହିଥିଲେ କି, କଟପ୍ପା ଚରିତ୍ରର ସମସ୍ତ ଟିକିନିଖି ଅନ୍ଦାଜ ସହ ସେ ସଂପୂର୍ଣ ଭାବରେ ଅଭ୍ୟସ୍ତ ହୋଇଯିବା ସହ ତାହାକୁ ନେଇ ମଧ୍ୟ ଖୁବ୍ ଉପଭୋଗ ମଧ୍ୟ କରିଥିଲେ । ତେବେ ମିଳିଥିବା ସୂଚନା ମୁତାବକ, ବାହୁବଳୀକୁ କଟପ୍ପା କାହିଁକି ମାରିଲା ତାହାକୁ ନେଇ ଏବେ ସସପେନ୍ସ ବଢିବାରେ ଲାଗିଛି । ଆଉ ଏହି ସସପେନ୍ସକୁ ବଜାୟ ରଖିବା ପାଇଁ ସିନେମାର ନିଦ୍ଦେଶକ ମଧ୍ୟ ସିନେମାର ଶେଷ ଭାଗକୁ ପାଖାପାଖି ୪ଟି ଢଙ୍ଗରେ ସୁଟିଂ କରିଛନ୍ତି । ଯାହା ମଧ୍ୟରୁ ଗୋଟିଏକୁ ସେ ଏହି ସିନେମାରେ ସାମିଲ କରିବେ ବୋଲି ଶୁଣିବାକୁ ମିଳିଛି । ଯାହାର ଅର୍ଥହେଲା,ଏବେ ମଧ୍ୟ ସ୍ପଷ୍ଟ ହୋଇପାରିନି କି ବାହୁବଳୀକୁ ପ୍ରକୃତରେ କିଏ ହତ୍ୟା କଲା ?