‘ବାହୁବଳୀ’ ସସପେନ୍ସକୁ ନେଇ ଉଠିଲା ପରଦା ! ଟ୍ରେଲରରେ ଥିବା ବଡ ମିଷ୍ଟେକ୍ କାରଣରୁ ହେଲା ଭାଇରାଲ

Advertisment
‘ବାହୁବଳୀ’ ସସପେନ୍ସକୁ ନେଇ ଉଠିଲା ପରଦା ! ଟ୍ରେଲରରେ ଥିବା ବଡ ମିଷ୍ଟେକ୍ କାରଣରୁ ହେଲା ଭାଇରାଲ

Source: google.com

ସିନେମା ଜଗତର ହାଇ ବଜେଟ ତଥା ବହୁ ଚର୍ଚ୍ଚିତ ସିନେମା ‘ବାହୁବଳୀ’କୁ ନେଇ ରହିଥିବା ସସପେନ୍ସର ବୋଧ ହୁଏ ଅନ୍ତ ଘଟିଛି । ତେବେ ଦର୍ଶକଙ୍କ ମନରେ ରହିଥିବା ବଡ ଦ୍ୱନ୍ଦ ତଥା ବାହୁବଳୀକୁ କଟପ୍ପା ମାରିଲା କାହିଁକି ପ୍ରଶ୍ନର ଏକପ୍ରକାର ଉତ୍ତର ମିଳିଯାଇଛି । ଯାହା ‘ବାହୁବଳୀ-ଟୁ’ର ଟ୍ରେଲର ରିଲିଜ୍ ହେବା ପରେ ହିଁ ଜଣାପଡିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ‘ବାହୁବଳୀ-ଟୁ’ର ଟ୍ରେଲର ରିଲିଜ୍ ହେବା ପରେ ଏକଥା ସାମ୍ନାକୁ ଆସିଛି କି କିକଟପ୍ପା ବାହୁବଳୀକୁ ମାରି ହିଁ ନାହିଁ ! ତେବେ ଟ୍ରେଲରର ଏକ ସିନରେ ଏହାର ଟିକେ ଝଲକା ଦେଇକ୍ଷିବାକୁ ମିଳିଛି ଯାହାକୁ ବୋଧ ହୁଏ କେହି ନୋଟିସ କରିନାହିାଁନ୍ତି । କାରଣ ସମସ୍ତେ ଏହାର ଏହା ପଛରେ ମାତିଛନ୍ତି କି କଟପ୍ପା ବାହୁବଳୀକୁ ମାରିଲା କାହିଁକି ? ଆଉ ଯେଉଁଥି ପାଇଁ ଦର୍ଶକଙ୍କଠାରୁ ଏହି ସିନଟି ମିସ ହୋଇଯାଇଛି । ତେବେ ଏହିସିନରେ ଏକ ଅଂଶ ରହିଛି ଯେଉଁଠ ସ୍ପଷ୍ଟ କରାଯାଇଛି କି କଟପ୍ପା ବାହୁବଳୀକୁ ମାରି ନାହିଁ ବୋଲି । ତେବେ ଏହି ସିନର ଏକ ଝଲକ ଆମେ ତଳେ ଦେଖାଉଛୁ ।

Bahubali

ଏବେ ଏହି ଦୃଶ୍ୟଟି ଦର୍ଶକଙ୍କୁ ଦ୍ୱନ୍ଦରେ ପକାଇବାକୁ ଦିଆଯାଇଥିଲା କି ପ୍ରକୃତରେ ବାହୁବଳୀକୁ କଟପ୍ପା ମାରି ନାହିଁ ତାହା ସିନେମାଟିକୁ ଦେଖିବା ପରେ ହିଁ ଜଣାପଡିବ । କିନ୍ତୁ ଯେଉଁମାନେ ବି ଏହି ଭୁଲଟିକୁ ଧରିଛନ୍ତି ସେମାନଙ୍କ କହିବା ମୁତାବକ, ଟ୍ରେଲଟିର ଏକ ଦୃଶ୍ୟରେ ବାହୁବଳୀ ନିଜେ କଟପ୍ପାକୁ କହିଛି କି ‘ସେ ସବୁଆଡେ ଘୋଷଣା କରନ୍ତୁ କି ବାହୁବଳୀକୁ କଟପ୍ପା ମାରିଛି ବୋଲି ଯାହାଦ୍ୱାରା ମୁଁ ମୋର ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇପାରିବି ।’ କଟପ୍ପା ମଧ୍ୟ ସେପରି କରିଥିଲା । କିନ୍ତୁ ବାହୁବଳୀର ହତ୍ୟା କରି ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe