ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକର ଟିଜର ! ନୂଆ ଅବତାରରେ ନଜର ଆସିଲେ ରଣବୀର କପୂର

45

ରିଲିଜ ହେଲା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ସଂଜୁ’ର ଟିଜର । ମାତ୍ର ୧.୨୫ ମିନିଟର ଏହି ଟିଜରର ପ୍ରଥମ ସର୍ଟରେ ରଣବୀର କପୁରଙ୍କ ଅନ୍ଦାଜ ପୂରା ବଦଳିଯାଇଛି । ସେ ଅବିକଳ ସଂଜୁଭାଇଙ୍କ ଭଳି ଦେଖାଯାଉଛନ୍ତି । ତେବେ ରଣବୀରଙ୍କ ଏଭଳି ଅବତାର ଏବେ ତାଙ୍କ ଫ୍ୟାନ୍ସଙ୍କ ଉକ୍ରଣ୍ଠାକୁ ଆହୁରୀ ଦ୍ୱିଗୁଣିତ କରିପକାଇଛି । ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ସଂଜୁର ଟ୍ରେଲର ବହୁତ ଦମଦାର ରହିଛି । ସେଥିପାଇଁ ତ ରିଲିଜ ହେବାର ମାତ୍ର କେଇ ମୁହୁର୍ତ୍ତରେ ଭିଡିଓଟି ୟୁଟ୍ୟୁବରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖ ଥାଉ କି, ‘ସଂଜୁ’ ସିନେମାର ନିର୍ଦ୍ଦେର୍ଶନା ଦେଇଛନ୍ତି ରାଜକୁମାର ହିରାନୀ । ଏଥିରେ ରଣବୀର କପୁର ସଂଜୟ ଦତ୍ତଙ୍କ ଯୁବାବସ୍ଥାରୁ ନେଇ ପୁନେର ୟେରବଡା ଜେଲରେ କଏଦୀ ହେବା ପର୍ଯ୍ୟନ୍ତ ପୂରା କାହାଣୀକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି । ଜଣେ ବ୍ୟକ୍ତି ଏବଂ ତାଙ୍କର ଭିନ୍ନ ଜୀବନଶୈଳୀକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ କରାଯାଇଛି ।

ତେବେ ଆଜିର ଯୁବାପିଢିଙ୍କୁ ଉତ୍ତମ ଶିକ୍ଷା ଦେବା ଲାଗି ଏହି ଫିଲ୍ମ ପ୍ରସ୍ତୁ୍ତ କରାଯାଇଛି । ସେହିପରି ଏହି ସିନେମାରେ ଅନୁଷ୍କା ଶର୍ମା, ଦିୟା ମିର୍ଜା, ସୋନମ କପୁର, ପରେଶ ରାୱଲ, ବମନ ଇରାନୀ ଏବଂ କୌଶଲ ଭଳି କଳାକାର ପ୍ରମୁଖ ଭୂମିକାରେ ନଜର ଆସିବେ। ସିନେମାଟି ୨୯ଜୁନରେ ପରଦାକୁ ଆସିବ ବୋଲି ଘୋଷଣା କରାଯାଇଛି ।