ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀ

29

ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ କାହାଣୀ । ସିନେମା ପରଦାରେ ଆସିଛି କେଜ୍ରିୱାଲଙ୍କ ରାଜନୈତିକ ଜୀବନର ଅନେକ ଅକୁହା କଥା । ଆମେରିକାର ମିଡିଆ କମ୍ପାନୀ ୱାଇସ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ଟାଇଟଲ ରହିଛି ‘ଆନ୍ ଇନସିଗନିଫିକାଂଟ୍ ମ୍ୟାନ’ । ବିଦେଶ ସହ ଭାରତର ଅନେକ ସ୍ଥାନରେ ସିନେମା ରିଲିଜ ହୋଇଛି ।

ପୂର୍ବରୁ ଟରଂଟୋ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିର୍ତ ହୋଇ ପ୍ରଶଂସା ସାଉଁଟିଥିଲା ଏହ ପଲଟିକାଲ ଡ୍ରାମା । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଖୁସବୁ ଓ ବୀଣା ଶୁକ୍ଲା । ପୂର୍ବରୁ ସିନେମାର ରିଲିଜ ନେଇ ବିବାଦ ଦେଖିବାକୁ ମିଳିଥିଲା । ସେନସର୍ ବୋର୍ଡ ଏହାର ମୁକ୍ତିଲାଭ ଉପରେ ଆପତି ଉଠାଇ ଏନଓସି ଦାଖଲ କରିବାକୁ କହିଥିଲା ।