ଐଶ୍ ଏବଂ କରଣଙ୍କ ସଂପର୍କରେ ଫାଟ ! କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

28

ଆଜ୍ଞା ହଁ ! କଥାଟା ଏକଦମ୍ ସତ । ତେବେ ଏହି ଝଗଡାଟା ଆଜିକାର ନୁହେଁ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଛି । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଏକପ୍ରକାର ଠପ୍ ହୋଇଯାଇଛି । ତେବେ ଉଭୟଙ୍କ ଝଗଡାର କେନ୍ଦ୍ର ବିନ୍ଦୁ ହେଲେ ଅନୁଷ୍କା ଶର୍ମା ।

ସୂଚନା ଅନୁସାରେ, କରଣ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଝଗଡା ସେତେବେଳେ ଆରମ୍ଭ ହୋଇଥିଲା । ଯେତେବେଳେ କରଣଙ୍କ ନିର୍ଦ୍ଦେଶିତ ସିନେମା ‘ୟେ ଦିଲ୍ ହୈ ମୁସ୍କିଲ’ରେ ଐଶ୍ୱର୍ଯ୍ୟା କାମ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରକୃତ ବିବାଦ ଦେଖାଦେଇଥିଲା ଯେତେବେଳେ କରଣ ଜୋହର ଅନୁଷ୍କାଙ୍କ ବିନା ଐଶ୍ୱର୍ଯ୍ୟାଙ୍କୁ ସିନେମାର ପ୍ରମୋସନ ପାଇଁ ଅନୁମତି ଦେଇ ନଥିଲେ । କରଣଙ୍କ କହିବାର କଥା ହେଲା, ଯଦି ଅନୁଷ୍କାଙ୍କ ବିନା ଐଶ୍ୱର୍ଯ୍ୟା ସିନେମାଟିକୁ ପ୍ରମୋଟ୍ କରନ୍ତି ତେବେ ଲୋକଙ୍କୁ ଲାଗିବ କି ସିନେମାର ମୁଖ୍ୟ ନାୟିକା ଐଶ୍ ହିଁ ଅଟନ୍ତି ।

ତେବେ ସେହି ସମୟରେ ତ ଐଶ୍ କରଣଙ୍କୁ କିଛି କହି ନଥିଲେ । ମାତ୍ର ତାଙ୍କୁ ବହୁତ ଖରାପ ଲାଗିଥିଲା । ଶୁଣାଯାଏ, ଏହି ସିନେମାର ସଫଳତା ପରେ ଯେତେବେଳେ କରଣ ଐଶଙ୍କୁ ଅନ୍ୟ ଏକ ସିନେମା ପାଇଁ ଅଫର କରିଥିଲେ ସେତେବେଳେ ସେ ତାଙ୍କୁ ସିଧା ମନା କରି ଦେଇଥିଲେ । ଆଉ ସେବେଠାରୁ ଉଭୟଙ୍କ ସଂପର୍କରେ ଭଟ୍ଟା ପଡି ଯାଇଥିଲା ।