କହୁ କହୁ କହିଦେଲେ ଅକ୍ଷୟ ! କହିଲେ, ପୁରୁଷମାନେ ମହିଳାଙ୍କଠାରୁ ସତର୍କ ରହିବା ଦରକାର . . .

Advertisment
କହୁ କହୁ କହିଦେଲେ ଅକ୍ଷୟ ! କହିଲେ, ପୁରୁଷମାନେ ମହିଳାଙ୍କଠାରୁ ସତର୍କ ରହିବା ଦରକାର . . .

Source: aajtak.com

ଦିଲ୍ଲୀରେ ନିଜର ଆଗାମୀ ସିନେମା ‘ନାମ୍ ଶବାନା’ର ପ୍ରମୋସନ କାର୍ଯ୍ୟକ୍ରମ ଅବସରରେ ବଲିଉଡର ଆକ୍ସନ ହିରୋ ଅକ୍ଷର କୁମାର ଏଭଳି ବୟାନ ଦେଇଛନ୍ତି । ତେବେ ଏହି ଅବସରରେ ଅକ୍ଷୟ ସିନେମା ସହ ଜଡିତ ଅନେକ କଥା ସାମ୍ବାଦିକମାନଙ୍କ ସହିତ ସେୟାର କରିଥିଲେ । ଯେତେବେଳେ ଅକ୍ଷରଙ୍କୁ ପଚରା ଯାଇଥିଲା, କି ଏହି ସିନେମାରେ ଗୁଇନ୍ଦା ହେବାର କାହାଣୀ ରେ ଜଣେ ମହିଳା ଗୁଇନ୍ଦାଙ୍କୁ କାହିଁକି ଚୟନ କରାଯାଇଥିଲା ବୋଲି । ତେବେ ଏହି ପ୍ରଶ୍ନର ଉତର ଦେଇ ସେ କହିଥିଲେ, ‘ମହିଳାମାନେ ସାଧାରଣତଃ ପୁରୁଷଙ୍କଠାରୁ ଖୁବ୍ ଭଲଭାବରେ ଜାସୁସି କରିପାରନ୍ତି । ଆଉ ଏକଥା ସିଆଇଏ ରିପୋର୍ଟରେ ମଧ୍ୟ ପ୍ରମାଣିତ ହୋଇସାରିଛି ।’

ଅକ୍ଷୟ କୁମାର ଆହୁରୀ ମଧ୍ୟ କହିଥିଲେ କି, ‘ସମସ୍ତ ସ୍ୱାମୀଙ୍କୁ ଏକଥା ମଧ୍ୟ ଜଣା ଥିବ କି ମହିଳାମାନେ କେତେ ଭଲ ଜାସୁସି କରିପାରନ୍ତି ।’ ମହିଳାଙ୍କ ପ୍ରଶଂସା କରିବା ସହ ପୁରୁଷମାନେ ବିଶେଷ କରି ପତିମାନେ ମହିଳାଙ୍କଠୁ ସତର୍କ ରହିବାକୁ ଟିପ୍ସ ମଧ୍ୟ ଦେଇଥିଲେ ।

ତେବେ ଅକ୍ଷୟଙ୍କ ଅଭିନିତ ଏହି ସିନେମାରେ ରହିଛି ଏକ ୟୁନିକ୍ କଂସେପ୍ଟ । ସିନେମାଟିରେ କମେଡିର ତଡକା ଭରପୁର ମାତ୍ରାରେ ରହିଥିବାବେଳେ ସୋସାଇଟିରେ ରହିଥିବା ମହିଳାଙ୍କ ଗୁରୁତ୍ୱକୁ ଏହି ସିନେମା ଜରିଆରେ ଉପସ୍ଥାପନା କରାଯାଇଛି । ତେବେ ସିନେମାର ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ନଜର ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe