ବିଶ୍ୱସୁନ୍ଦରୀଙ୍କ ବାପାଙ୍କର ପରଲୋକ ! ଦୀର୍ଘଦିନ ଧରି ଆଇସିୟୁରେ ହେଉଥିଲେ ଚିକିତ୍ସିତ

28

ବଲିଉଡ୍ ବ୍ୟକ୍ତିତ୍ୱ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ୟ୍ୟା ରାୟଙ୍କ ବାପା କ୍ରିଷ୍ଣାରାଜ ରାୟଙ୍କ ଶନିବାର ସଂଧ୍ୟାରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ଘଟିଛି । ତେବେ କ୍ରିଷ୍ଣାରାଜଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଗତ କିଛି ସପ୍ତାହ ତଳେ ଡାକ୍ତଖାନାରେ ଭର୍ତ୍ତି ହୋଇଥିଲେ। ଯାହାଙ୍କୁ ଶନିବାର ସଂନ୍ଧ୍ୟାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ତେବେ ବାପାଙ୍କ ମୃତ୍ୟୁ ଖବର ପାଇଁ ଲାଡଲି ଐଶ୍ୱର୍ୟ୍ୟା ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ସେହିପରି ଶ୍ୱଶୁରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ନ୍ୟୁୟର୍କରୁ ଫେରୁଛନ୍ତି ଜ୍ୱାଇଁ ଅଭିଷେକ । କ୍ରିଷ୍ଣାରାଜ ଗତ ଜାନୁଆରିରୁ ଅସୁସ୍ଥ ଥିଲେ। କ୍ରିଷ୍ଣାରାଜଙ୍କ ପରିବାରରେ କନ୍ୟା ଐଶ୍ୱର୍ୟ୍ୟାଙ୍କ ସମେତ ପୁଅ ଆଦିତ୍ୟ ଏବଂ ପତ୍ନୀ ବୃନ୍ଦା ଅଛନ୍ତି।