ଟାର୍ଗେଟରେ ଭାରତୀୟ ଅଭିନେତା ! ପାକିସ୍ଥାନୀ ନାୟିକା ସବାଙ୍କ ପରେ ଏବେ ରବି ପିରଜାଦା କଲେ ସୁଲତାନଙ୍କୁ କଟାକ୍ଷ୍ୟ

Advertisment
ଟାର୍ଗେଟରେ ଭାରତୀୟ ଅଭିନେତା ! ପାକିସ୍ଥାନୀ ନାୟିକା ସବାଙ୍କ ପରେ ଏବେ ରବି ପିରଜାଦା କଲେ ସୁଲତାନଙ୍କୁ କଟାକ୍ଷ୍ୟ

Source: aajtak.intoday.in

ପାକିସ୍ଥାନୀ କଳାକାରଙ୍କ ଟାର୍ଗେଟରେ ଏବେ ବଲିଉଡ ଜଗତ । ସେଥିପାଇଁ ତ ଜଣଙ୍କ ପରେ ଜଣେ ଭାରତୀୟ କଳାକାରଙ୍କୁ ନେଇ ବିଭିନ୍ନ ପ୍ରକାରର ବୟାନବାଜି କରୁଛନ୍ତି । ମିଳିଥିବା ସୂତ୍ରରୁ ଯାହା ଜଣା ପଡିଛି ,ନିକଟରେ ପାକିସ୍ଥାନୀ ଅଭିନେତା ରବି ପିରଜାଦା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ସେ କାଳେ ପାକିସ୍ଥାନର ଯୁବପିଢୀକୁ ନଷ୍ଟ କରୁଛନ୍ତି ବୋଲି ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ।

ରବି ପିରଜାଦାଙ୍କ କହିବା କଥା ହେଲା, ସଲମାନଙ୍କ ସିନେମା ପାକିସ୍ଥାନର ଯୁବକଙ୍କ ପଥଭ୍ରଷ୍ଟ କରୁଛି । ଖାଲି ସେତିକି ନୁହେଁ ସେ ଆଉ ମଧ୍ୟ କହିଛନ୍ତି, ‘ବଲିଉଡର ସବୁ ସିନେମା ବିଭିନ୍ନ ଅପରାଧ ଓ ହିଂସାରେ ପରିପୂର୍ଣ୍ଣ । ବିଶେଷ କରି ସଲମାନ ଖାନଙ୍କ ସିନେମାଗୁଡିକ । ମୋର ପ୍ରଶ୍ନ ରହିଛି କି ପ୍ରକୃତରେ ସେଠାକାର ଲୋକ ଯୁବପିଢୀକୁ କଣ ଶିକ୍ଷା ଦେଉଛନ୍ତି । ଏପରି ଲାଗୁଛି ଯେମିତି ସେମାନେ ବିଭିନ୍ନ ଅପରାଧକୁ ଆମନ୍ତ୍ରଣ କରୁଛନ୍ତି ।’

ଏଠାରେ ଆମେ କହି ରଖୁଛୁ କି ଏହା ପୂର୍ବରୁ ମଧ୍ୟ ପାକିସ୍ଥାନର ଜଣେ ଜଣାଶୁଣା ଅଭିନେତ୍ରୀ ସବା କମର ସଲମାନ ଏବଂ ବଲିଉଡ ଜଗତର ବାକି କଳାକାରମାନଙ୍କ ଉପରେ ନିଶାନ ଲଗାଇଥିଲେ । ଏପରିକି ବଲିଉଡ ସୁଲତାନଙ୍କୁ ଛିଛୋରା ମଧ୍ୟ କହି ପକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe