ଏୟାରପୋର୍ଟରେ ଆଦିତ୍ୟ ନାରାୟଣଙ୍କ ଗୁଣ୍ଡାରାଜ! ଭାଇରାଲ ହେଲା ଭିଡିଓ

19

ବଲିଉଡ ଜଗତର ଜଣାଶୁଣା ତଥା ନାମକରା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଏବେ ଚର୍ଚ୍ଚାରେ । ତେବେ ସେ କୌଣସି ସିନେମା କି କୌଣସି ସିନେମାରେ କଣ୍ଠଦାନକୁ ନେଇ ନୁହେଁ ବରଂ ଗୁଣ୍ଡାଗର୍ଦ୍ଦି ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛନ୍ତି । ନିକଟରେ ଆଦିତ୍ୟ ଜଣେ ଏୟାରଲାଇନର ଷ୍ଟାଫ ମେମ୍ବରଙ୍କୁ ଧମକ ଦେବା ସହିତ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବଲିଉଡ ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଥିଲା ଆଦିତ୍ୟଙ୍କ ଗୁଣ୍ଡାଗର୍ଦ୍ଦି । ଇତ୍ପିଗୋ ଏୟାରଲାଇନର ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ଆଦିତ୍ୟ ଧମକାଇବା ସହିତ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଳଜ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ଆଦିତ୍ୟ ଏୟାରପୋର୍ଟରେ ନିୟମରୁ ଅଧିକ ଜିନିଷ ନେଇ ତଥା କେବିନ ଲିମିଟଠାରୁ ଅଧିକ ଜିନିଷ ନେଇ ଯାଉଥିବା ବେଳେ ତାଙ୍କୁ ଉକ୍ତ କର୍ମଚାରୀ ଜଣକ ଅଟକାଇ ଦେଇଥିଲେ । ଏହି ଭିଡିଓରେ ଦେଖିବାକୁ ମିଳିଥିଲା କି ପ୍ରଥମେ ଏୟାରଲାଇନର କର୍ମଚାରୀ ଜଣକ ଆଦିତ୍ୟଙ୍କୁ ଗାଳି କରିଥିଲେ ଏହାପରେ ଆଦିତ୍ୟ ମଧ୍ୟ ରାଗି ଯାଇଥିଲେ ଏବଂ ସେ ତାଙ୍କୁ ଗାଳିଗୁଲଜ କରିଥିଲେ ।

ସେ ଯାହା ହେଉନା କାହିଁକି, ଯଦିଓ ଆଦିତ୍ୟ ନାରାୟଣ ବଲିଉଡ ଜଗତରେ ନିଜ କାମକୁ ନେଇ ଅସଫଳ ରହିଥାନ୍ତି ହେଲେ ଏହି ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ବାପା ଉଦିତ ନାରାୟଣଙ୍କ ନାଁ କିନ୍ତୁ ନିଶ୍ଚିତ ରୂପେ ବଦନାମ ହୋଇପାରେ ।

ସୌଜନ୍ୟ: ଆଜତକ୍