ସିନେମା ନ ମିଳିବାରୁ ସୁପରଷ୍ଟାରଙ୍କ ଭାଇ ହେଲେ ମାନସିକ ରୋଗର ଶିକାର !

56

ବଲିଉଡ ସିନେମା ‘ମେଲା’ ଆପଣ ବୋଧେ ଦେଖିଥିବେ । ଏହି ସିନେମାରେ ଅଭିନେତା ଅମିର ଖାନଙ୍କ ସହ ସାଇଡ ରୋଲ ବା ପାଶ୍ୱ ଅଭିନେତାଙ୍କୁ ମଧ୍ୟ ଆପଣ ଦେଖିଥିବେ । ସେ ହେଉଛନ୍ତି ଅମିର ଖାନଙ୍କ ନିଜ ଭାଇ ଫୈଜଲ ଖାନ । ଫୈଜଲ ଖାନ ୧୯୬୯ରେ ସିନେମା ‘ପ୍ୟାର କା ମୌସମ’ ଜରିଆରେ ବଲିଉଡ ଜଗତରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଜୋ ଜିତା ୱ ସିକନ୍ଦର,ମଦହୋସ ଆଦି ସିନେମାରେ ନଜର ଆସିଥିଲେ । କିନ୍ତୁ ତାଙ୍କ ଭାଗ୍ୟ କେବେ ତାଙ୍କ ସାଥ ଦେଇ ନଥିଲା ।

ଜଣେ ସୁପରଷ୍ଟାରଙ୍କ ଭାଇ ହୋଇଥିଲେ ମଧ୍ୟ ଏକ ସମୟ ଆସିଲା କି ତାଙ୍କୁ ସିନେମା ମିଳିବା ବନ୍ଦ ହୋଇଯାଇଥିଲା । ସିନେମା ନ ମିଳିବା କାରଣରୁ ଫୈଜନ ଗାଏବ ହୋଇଯାଇଥିଲେ । କିନ୍ତୁ ୨୦୦୭ରେ ସେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ଶୁଣିବାକୁ ମିଳିଥିଲା କି ସେ ଘରୁ କେଉଁଆଡେ ଲୁଚି ପଳାଇଯାଇଥିଲେ । କିଛି ଦିନ ପରେ ସେ ଘରକୁ ଫେରିଥିଲେ ଏବଂ ନିଜ ଭାଇ ଅମିରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଅମିର ତାଙ୍କୁ ଏକ କୋଠରୀ ମଧ୍ୟରେ ବନ୍ଦ କରି ରଖିଥିଲେ । ଏକ ମାନସିକ ରୋଗୀ କହି ତାଙ୍କୁ ଜୋର ଜବରଦସ୍ତ ଔଷଧ ଖାଇବାକୁ ବାଧ୍ୟ କରାଯାଉଥିଲା ବୋଲି ସେ ଅଭିଯୋଗ ଆଣିବା ସହ ଅମିର ତାଙ୍କ ସଂପତି ନେବାକୁ ଚାହୁଁଥିବା କାରଣରୁ ସେ ଘରୁ ଲୁଚି ପଳାଇ ଥିଲେ ବୋଲି କହିଥିଲେ । ତେବେ ଫୈଜଲଙ୍କ ଏପରି ବୟାନ ସମସ୍ତଙ୍କୁ ଚକିତ କରିଦେଇଥିଲା । କିନ୍ତୁ ପରେ ଶୁଣିବାକୁ ମିଳିଥିଲା କି ଫୈଜଲଙ୍କୁ ନିଜ ପାଖରେ ରଖିବାକୁ ନେଇ ଅମିର ଓ ତାଙ୍କ ବାପାଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା ।