ମିଷ୍ଟର ପରଫେକ୍ଟଙ୍କ ସଂପର୍କରେ କିଛି ଅଜଣା କଥା

36

ଆମୀର ଖାନ ଏକାଧାରରେ ବଲିଉଡ ଜଗତର ଜଣେ ସୁପରହିଟ୍ ଅଭିନେତା, ନିର୍ଦ୍ଦେଶକ, ସାମାଜିକ କର୍ମୀ, ଚଳଚିତ୍ର ଲେଖକ ତଥା ମାନବ ପ୍ରେମୀ ଅଟନ୍ତି । ଏହି ଅଭିନେତା ଜଣକ ହେଉଛନ୍ତି ସବୁ କଳାକାରଙ୍କଠାରୁ ବହୁତ ଭିନ୍ନ । ଚଳଚ୍ଚିତ୍ର ଜଗତରେ ନିଜ କଠିନ ପରିଶ୍ରମଦ୍ୱାରା ସଫଳତା ହାସଲ କରି ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ହୋଇଛନ୍ତି ସଫଳ । ଆମୀର ନିଜର ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ । ଖାଲି ସେତିକି ନୁହେଁ ଏଥିପାଇଁ ବି ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୨୦୦୩ରେ ପଦ୍ମଶ୍ରୀ ଏବଂ ୨୦୧୦ରେ ପଦ୍ମଭୂଷଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ବଲିଉଡ ଜଗତରେ ଅମୀର ଖାନଙ୍କୁ କେବଳ ନାଁକୁ ମିଷ୍ଟର ପରଫେକ୍ଟ କୁହାଯାଏ ନାହିଁ । ଏହା ପଛରେ ରହିଛି ଏକ ବଡ ରହସ୍ୟ । କାରଣ ସେ ତାଙ୍କ ସମସ୍ତ କାର୍ଯ୍ୟ ସଠିକ୍ ଭାବେ ତୁଲାଇଥା’ନ୍ତି । ସେ ତାଙ୍କ ଅଭିନୟରେ ଏଭଳି ମଜି ଯାଇଥା’ନ୍ତି ଯେ ଅଭିନୟକୁ ସତ୍ୟତା ରୂପ ଦେବାଲାଗି ଅନେକ ପ୍ରକାର ଢାଂଚା ଆପଣେଇବାକୁ ମଧ୍ୟ ପଛାନ୍ତି ନାହିଁ । ଏହାର ଏକ ସଦ୍ୟ ଉଦାହରଣ ଦେଖାଇଛନ୍ତି ଆମୀର ନିକଟରେ । ଏକ ଅଭିନୟ ଲାଗି ଆମୀର ୧ଲିଟର ମଦ ପିଇ ପକାଇ ଥିଲେ । କାରଣ ସଟଟିକୁ ପରଫେକ୍ଟ କରିବା ଲାଗି ତାଙ୍କର ଥିଲା ଏହି ଉଦ୍ୟମ ।

ଆଜିକୁ ପ୍ରାୟ ୨୧ବର୍ଷ ପୂର୍ବରୁ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ସିନେମା ‘ରାଜା ହିନ୍ଦୁସ୍ତାନୀ’ରେ ଆମୀର ଖାନ ଏବଂ କରିସ୍ମା ଦୁହେଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ସିନେମା ସହ ଜଡିତ ଅନେକ ହୃଦୟସ୍ପର୍ଶୀ ଘଟଣା ରହିଛି । ସେଥିମଧ୍ୟରୁ ଏକ ଘଟଣା ହେଉଛି ‘ତେରେ ଇସ୍କ ମେଁ ନାଚେଙ୍ଗେ’ । ଯେଉଁଥିରେ ଆମୀରଙ୍କୁ ଜଣେ ମଦୁଆ ଭୂମିକା କରିବାର ଥିଲା ।  ତେଣୁ ଏହି ସିନ୍ ଲାଗି ଆମୀର ଖାନ ଏକ ପରଫେକ୍ଟ ସଟ୍ ଦେବାଲାଗି ୧ଲିଟର ପର୍ଯ୍ୟନ୍ତ ମଦ ପିଇ ପକାଇଥିଲେ । ତେବେ ତାଙ୍କର ଅନେକ ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ‘ରାଜା ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ଅଧିକ ଲୋକପ୍ରିୟ ରହିଥିଲା । ଏହି ଚଳଚ୍ଚିତ୍ର ଦର୍ଶକେ ଖୁବ୍ ପ୍ରଶଂସା ବି କରିଥିଲେ ।