ପଡ଼ିଶା ଘର ଝିଅକୁ ପ୍ରେମ କରୁଥିଲେ ଆମୀର ! ଇମ୍ପ୍ରେସ କରିବାକୁ ଲେଖିଥିଲେ ରକ୍ତ ଭିଜା ଚିଠି

198

ନିକଟରେ ରିଲିଜ୍ ହୋଇଛି ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ଅଭିନିତ ସିନେମା ସିକ୍ରେଟ୍ ସୁପରଷ୍ଟାର । ଯେଉଁଥିରେ ଆମୀରଙ୍କୁ ଦେଖିବାକୁ ମିଳିଛି ଜଣେ ଗାୟକ ଭୂମିକାରେ ଆଉ ଆମୀରଙ୍କର ଏହି ଅବତାରକୁ ବି ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଆମୀର ବର୍ତ୍ତମାନ ପତ୍ନୀ କିରଣ ରାଓଙ୍କ ସହ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବଲିଉଡ ଜଗତର ସୁପରଷ୍ଟାର ଭାବେ ପରିଚୟ ସୃଷ୍ଟି କରିଥିବା ଆମୀର ଖାନ ଦିନେ ପାଗଳ ପ୍ରେମିକ ସାଜି ନିଜ ପଡୋଶୀଙ୍କୁ ରକ୍ତ ଭିଜା ଚିଠି ଲେଖୁଥିଲେ ।

ସୂଚନା ମୁତାବକ, ଆମୀର ଯାହାଙ୍କ ପାଖକୁ ଏହି ରକ୍ତ ଭିଜା ଚିଠି ଲେଖୁଥିଲେ ସେ ଅନ୍ୟ କେହି ନୁହଁନ୍ତି ବରଂ ତାଙ୍କର ପ୍ରଥମ ପତ୍ନୀ ରିନା ଦତ୍ତ । ଉଭୟଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ଯଦିଓ ୧୬ ବର୍ଷ ପୂର୍ବରୁ (୨୦୦୨)ରୁ ପଡିସାରିଛି, କିନ୍ତୁ ସେମାନଙ୍କ ମଧ୍ୟରେ ସେଭଳି କୌଣସି ମନମାଳିନ୍ୟ ନଥିଲା ଆଉ ଏବେବି ରିନା ଖାନ ପରିବାରର ସଦସ୍ୟ ଅଛନ୍ତି । ଆମୀର ଏକ ସାକ୍ଷାତକାରରେ କହିଥିଲେ, ରିନା ଆମ ପରିବାରର ଜଣେ ସଦସ୍ୟ ଅଟନ୍ତି ଏବଂ ସବୁବେଳେ ବି ରହିଥିବେ । ଆଇନ ଅନୁସାରେ ଆମେ ଅଲଗା ହୋଇଯାଇଛୁ ସତ କିନ୍ତୁ ଆମ ଭିତରେ ଥିବା ସଂପର୍କ କେବେ ବି ଶେଷ ହୋଇପାରିବ ନାହିଁ ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ଆମୀର ଏବଂ ରିନାଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କ ସିନେମା ‘ତରିକେ’ରୁ ଆରମ୍ଭ ହୋଇଥିଲା । ଉଭୟେ ପଡୋଶୀ ଥିଲେ ଏବଂ ଝରକା ବାଟେ ପରସ୍ପରକୁ ଘଂଟା ଘଂଟା ଧରି ଚାହିଁ ରହୁଥିଲେ । ଦିନେ ଆମୀର ସାହସ ଜୁଟାଇ ରିନାଙ୍କୁ ପ୍ରେମ ନିବେଦନ କରିଦେଇଥିଲେ ହେଲେ ରିନା ସେହି ସମୟରେ ଡରି ଯାଇଥିଲେ ଓ ଆମୀରଙ୍କୁ ମନା କର ଦେଇଥିଲେ । ଏହାପରେ ଆମୀର ବାରମ୍ବାର ଚେଷ୍ଟା କରିଥିଲେ କିନ୍ତୁ ରିନା ସବୁବେଳେ ତାଙ୍କୁ ନିରାଶ କରିଦେଉଥିଲେ । ଶେଷରେ ଯାଇ ରିନା ସ୍ୱୀକାର କରିଥିଲେ କି ସେ ବି ଆମୀରଙ୍କୁ ଭଲ ପାଉଛନ୍ତି ବୋଲି ।

କଥା ଏତିକିରେ ସରେ ନି, ଉଭୟଙ୍କ ସଂପର୍କ ଆରମ୍ଭ ହେବା ପରେ ଆମୀର ରିନାଙ୍କୁ ଇମ୍ପ୍ରେସ କରିବା ପାଇଁ ରକ୍ତରେ ଚିଠି ଲେଖିଥିଲେ, ରିନା କିନ୍ତୁ ଏଥିରେ ଇମ୍ପ୍ରେସ ହୋଇନଥିଲେ ଏବଂ ଏଭଳି ଆଗକୁ ନକରିବାକୁ ଆମୀରଙ୍କୁ ଚେତାବନୀ ଦେଇଥିଲେ ।