ବଲିଉଡ୍ ଜଗତରେ ମିଷ୍ଟର ପରଫେକ୍ଟ କୁହାଯାଉଥିବା ସୁପରଷ୍ଟାର ଅମିର ଖାନ ଯେଉଁ ସିନେମା ସାଇନ କରନ୍ତି ସେଗୁଡିକ ସୁପରହିଟ୍ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସୁପରଷ୍ଟାରଙ୍କୁ ଦିନେ ସିନେମାରୁ ବାହାର କରିଦିଆଯାଇଥିଲା ।
ତେବେ ଏହି କଥା ଖୋଦ୍ ଅମିର ଖାନ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି । ୧୯୯୩ରେ ପରଦାକୁ ଆସିଥିବା ବଲିଉଡ ସିନେମା ‘ଡର୍’ରେ ପ୍ରଥମେ ସନ୍ନୀ ଦେବାଲଙ୍କ ଅପୋଜିଟରେ ଅମିରଙ୍କୁ ରଖା ଯାଇଥିଲା । ଅମିର ଏହି ସିନେମାରେ ଖଳନାୟକ ଭୂମିକାରେ ନଜର ଆସିବାର ଥିଲା । କିନ୍ତୁ ଏଥିରେ ତାଙ୍କୁ ସୁଯୋଗ ଦିଆଯାଇ ନଥିଲା । ତାଙ୍କ ସ୍ଥାନରେ ଶାହରୁଖ ଖାନଙ୍କୁ ରଖାଯାଇଥିଲା । ତେବେ ସାକ୍ଷାତକାରରେ ଯେତେବେଳେ ଅମିରଙ୍କୁ ପ୍ରଶ୍ନ କରାଗଲା କି ଆପଣ ସିନେମା ‘ଡର୍’କୁ କାହିଁକି ଛାଡିଥିଲେ ବୋଲି ? ସେତେବେଳେ ସେ କହିଥିଲେ କି,’ମୁଁ ଡର୍ ଛାଡି ନଥିଲି ବରଂ ମୋତେ ଏହି ସିନେମାରୁ ହଟାଇ ଦିଆଯାଇଥିଲା । ଆଉ ନିର୍ଦ୍ଦେଶକ କହିଥିଲେ କି ଅମିର ଆମେ ପରେ କେବେ ସାଥୀ ହୋଇ କାମ କରିବା । ‘
ଏଠାରେ ଆମେ କହି ରଖୁଛୁ କି, ଏହି ସିନେମାକୁ ନେଇ ପୂର୍ବରୁ ମଧ୍ୟ ସନ୍ନୀ ଦେବାଲ ନିଜର ପ୍ରତିକ୍ରିୟା ଜାହିର କରିଥିଲେ । ସନ୍ନୀ କହିଥିଲେ କି, ତାଙ୍କୁ ସିନେମାଟିର କାହାଣୀ ଏଭଳି କୁହାଯାଇଥିଲା ସେ ସେହି ସିନେମାର ମୁଖ୍ୟ ଭୁମିକାରେ ରହିବେ ବୋଲି । କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଥିଲା । ଏହାପରେ ସନ୍ନୀ ମଧ୍ୟ ରାଗି ଯାଇ ୟଶ୍ ଚୋପ୍ରାଙ୍କ ସହ କାମ କରିବା ବନ୍ଦ କରିଦେଛନ୍ତି ।