ବିଦେଶରେ ବି ଭାରତୀୟ ଅଭିନେତ୍ରୀଙ୍କ ଜଲୱା । ସିଙ୍ଗାପୁରର ଏକ ରେଷ୍ଟୁରାଂଟରେ ନଜର ଆସିଲା ଶ୍ରୀଦେବୀଙ୍କ ନାଁର କଣ୍ଢେଇ

36

ଶ୍ରୀଦେବୀଙ୍କ ଫ୍ୟାନ୍ସ ଫଲୋଇଙ୍ଗ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ବହୁ ସଂଖ୍ୟାରେ ଅଛନ୍ତି । ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୁରର ଏକ ରେଷ୍ଟୁରାଂଟରେ ।

ସୂଚନା ମୁତାବକ, ସିଙ୍ଗାପୁରର ଏକ ରେଷ୍ଟୋରାଂଟରେ ଶ୍ରୀଦେବୀଙ୍କ ନାଁରେ ଏକ ସୁନ୍ଦର କଣ୍ଢେଇ ରଖା ଯାଇଛି । ଯାହା ଦେଖିବାକୁ ଅବକଳ ଶ୍ରୀଦେବୀଙ୍କ ପରି । ଆଉ ଯାହାକୁ ନେଇ ଶ୍ରୀ ଦେବିଙ୍କ ସ୍ୱାମୀ ବୋନି କାପୁର କହିଛନ୍ତି କି, ‘ଭାରତ ଏବଂ ଭାରତ ବାହାରେ ଅନେକ ଗୁଡ଼ିଏ ରେଷ୍ଟାରାଂଟ ରହିଛି ଯାହା ଶ୍ରୀଦେବୀଙ୍କ ନାଁ ଅନୁସାରେ ରଖାଯାଇଛି । ଯାହାକୁ ଦେଖିଲେ ମତେ ବହୁତ ଖୁସି ଲାଗେ’ ।

ଅନ୍ୟପଟେ ଶ୍ରୀ ଦେବି ମଧ୍ୟ କହିଛନ୍ତି କି, ‘ଅଭିନୟ କରିବାର ୫୦ ବର୍ଷ ପରେ ମଧ୍ୟ ପ୍ରଶଂସକଙ୍କ ଭଲପାଇବା ଏପରି ରହିଛି ଯାହା ମୋ ପାଇଁ ଗର୍ବର କଥା । ମତେ ଏତେ ଭଲପାଇବା ଦେଇଥିବାରୁ ମୁଁ ମୋ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି’ ।